STORYMIRROR

Alhadini Panigrahi dash

Romance

4  

Alhadini Panigrahi dash

Romance

ଝରା ଶେଫାଳୀ

ଝରା ଶେଫାଳୀ

1 min
22


ଝରା ଶେଫାଳୀ ର ଛନକା ଛାତି

     ଛାତି ରେ ଭରିଛି ପିରତି ତାତି

ଜହ୍ନ କୁ ଛୁଇଁ ପାରୁନାହିଁ ବୋଲି 

     ଫିକା ଫିକା ଲାଗେ ଜୋଛନା ରାତିାା୧ାା


ନିଶିରାଜେ ଚାହିଁ ସିଏ କହଇ

    ଆସ ଆସ ପ୍ରିୟ ମର୍ତ୍ତ୍ୟେ ଓହ୍ଲାଇ

ଅଭିସାର ମୋର ବେକାର କରନି

     ତୁମ ପ୍ରେମେ ମୁଁ ଯେ ହେଲି ବାୟାଣୀ ାା୨ାା


ପ୍ରଭାକର ସେତ ବୁଝେନା କିଛି

   ତାରକା ଗହଣେ ପ୍ରିତୀ ବାଣ୍ଟୁଛି 

ଶେଫାଳୀ ବିଚାରୀ ଗୁମୁରୀ ଗୁମୁରୀ

     ଜହ୍ନ ପାଇଁ ଯାହା କାନ୍ଦି ମରୁଛିାା୩ାା


ଶେଫାଳି ଲୁହରେ ଲେଖେ ଚିଟାଉ

    କେତେ ଦୂ8ଖ ଦେବ ହେ ପ୍ରିୟ ଆଉ

ଗୋଟିଏ ତ ରାତି ଆୟୁଷ ମୋହର

     କାହିଁ ଶଶଧର ସାଧୁଛ ଦାଉ ାା୪ାା


ସେ ଚିଠି ପଡିଲା ତାରା ହାତରେ 

       ତାହାର କ୍ରୋଧ କୁ କିଏ ସମ୍ଭାଳେ

ନିଜ କ୍ରୋଧ ଅଗ୍ନି ଜାଳି ଦେଲା ତାକୁ       

  ଉଲକା ରୁପେ ଖସି ପଡିଲା ତଳେ ାା୫ାା


 ଝରା ଶେଫାଳୀ ର ଛନକେ ଛାତି

    ଦେଖି ସଉତୁଣୀ ଏ ପରିଣତି

ଭାବିଲା କା ପ୍ରେମେ ହେବନି ସେ ବାଇ

    ବିଭୂପ୍ରେମେ କାଟିଦେବ ତା ରାତି ାା୬ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance