STORYMIRROR

Alhadini Panigrahi dash

Romance

4  

Alhadini Panigrahi dash

Romance

ସ୍ମୁତି ଫୁଲ

ସ୍ମୁତି ଫୁଲ

1 min
30


ତୁମେ ଯେବେ ମନେ ପଡିଯାଅ ସାଥି

ଗ୍ରୀଷ୍ମ ରେ ବସନ୍ତ ଆସେ 

ପାଚେରି କାନ୍ଥ ରେ କାଗଜ ଫୁଲ ବି 

ମଲ୍ଲୀ ଫୁଲ ପରି ବାସେ ାା ୧ାା


ଅତିତ କାହାଣୀ ସ୍ମୁତି ଫୁଲ ହୋଇ

ହୃଦ ବଗିଚା ରେ ଫୁଟେ

ପ୍ରେମିକା ମନ ଟି ମାଳି ଟିଏ ସାଜି

ଫୁଲ ବିକେ ପ୍ରେମ ହାଟେ ାା୨ାା


ଗ୍ରୀଷ୍ମ ର ଝାଞ୍ଜି ଶିତଳ ଲାଗଇ

ତୁମେ ପଡିଗଲେ ମନେ

ଅନୁଭବ ହୁଏ ବୁଲୁଛି କି ମୁହିଁ 

ସତେ କି ଚନ୍ଦନ ବନେ ାା୩ାା


ତୁମ ସ୍ମୁତି ସହ ବିହରୁ ଥିଲେ ମୁଁ

ଲାଗେ ଅଛ ମୋର ପାଶେ

ମନ କୁଞ୍ଜବନେ ରାଧିକା ସାଜିଛି

ମଜ୍ଜିଛି ତୁମରି ରାସେ ାା୪ାା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance