STORYMIRROR

Alhadini Panigrahi dash

Children Stories Tragedy

4  

Alhadini Panigrahi dash

Children Stories Tragedy

ବାପା ଙ୍କୁ ଚିଠି ଟିଏ

ବାପା ଙ୍କୁ ଚିଠି ଟିଏ

1 min
371

ବାପା ଙ୍କୁ ଚିଠି ଟିଏ
😭📜📜📜😭
ବାପା .....
ତୁମେ ପରା କହୁଥିଲ ....
"ମୋର ଏଠି କେତେ କାମ ଅଛି
ବେଶି ଦିନ ପାରିବାନି ରହି 
ଚାରିଦିନ ଭିତରେ ବୁଲାବୁଲି ଶେଷ କରି
ଆସିବା ବାହୁଡି ା 
ପୁଣି କହିଥିଲ ତୁମେ.....

"ତୋର ବିତ ଅଛି ପଢାପଢି
କେତେଦିନ ଅବା ଟ୍ୟୁସନ୍ ହେବ ଛୁଟି ା"


 ମୁଁ ଛୋଟ ହେଲେ ବି ବେଶ୍ ବୁଝିଛି ବାପା 
ତୁମେ ଭାରି ବ୍ୟସ୍ତ ମଣିଷ ଟିଏ 
ସବୁବେଳେ କାମ ର ଭିଡ ତୁମ ଚାରିପାଖେ ା
କାମ ପାଇଁ ଭୁଲି ଯାଅ ସବୁ କିଛି
କିନ୍ତୁ , 
ଚାରିଦିନ ପାଇଁ ଯାଇ ସବୁଦିନ ରହିଗଲ ସେଠି
ମନେ ପଡୁନି କି ତୁମ କାମ ସବୁ 
ବାକି ରହିଗଲା ଏଠି ା

ଆସନ୍ତା ମାସ କୁ କିଣିବାକୁ ଥିଲା 
ବୋଉ ପାଇଁ ସାବିତ୍ରୀ ର ଶାଢୀ ,
ମୋ ନୂତନ ଶ୍ରେଣୀ ପାଇଁ ଖାତା ଆଉ ବହି ା 
 
ବୋଉ ର ମଉଳା ମୁହଁ 
ସହି ନ ପାରିବା ଲୋକ ତୁମେ
ତା ଆଖି କୁ  ଲୁହ ଗଲ ଦେଇ 
ଅବଶ୍ୟ ..   
ତୁମେ ବି  ନ ଥିଲ ତ ଜାଣି
ଏଠି ନିଜ ଦେଶ ରେ ବି ସ୍ବଚ୍ଛନ୍ଦ ରେ 
ନିର୍ଭୟ ରେ ହୁଏନାହିଁ ବୁଲି ା

ବୁଲି ଯିବା ପୂର୍ବର ସେ ହସ ଖୁସି 
ସ୍ବପ୍ନ ପରି ଲାଗେ
ସେ ଉତ୍ସାହ ,ଉଲ୍ଲାସ , ବାପା ଡାକ
ସବୁ କିଛି
ସ୍ମୁତି ହୋଇ ରହିଗଲା ଏବେ ା

ଗଲାବେଳେ ମୋ ମଥା ରେ ତୁମ ଆଶୀର୍ବାଦ ର ଛାତ ଥିଲା 
ବୋଉ ଦେବୀ ଭଳି ଦିଶୁଥିଲା 
କପାଳରେ ଲାଲ୍ ସୂର୍ଯ୍ୟ ଙ୍କ ଅବସ୍ଥାନ ରେ ା
କିନ୍ତୁ,  ଆସିଲା ବେଳେ
ତୁମେ ଆସିଲ 
ବରଫ କଫିନ୍ ଭିତରେ
ଆଉ , ମୁଁ ଶୂନ୍ୟ ହସ୍ତ ରେ
ମାଆ ମୋ ଶୂନ୍ୟ ମଥା ରେ ା


ଆମେ ବୁଲି ଯିବା ପୂର୍ବରୁ ମୁଁ ଯାହାକୁ 
ଭୂସ୍ବର୍ଗ ଭାବୁଥିଲି 
ତାହା ଏବେ ନର୍କ ଠୁ ଭୟଙ୍କର ଲାଗେ ା
 ଯେଉଁ ବରଫ ଖଣ୍ଡ ସବୁ 
ରୁପା ଭଳି ଲୋଭନୀୟ ଥିଲା
ଏବେ କିନ୍ତୁ ....
ରକ୍ତ - ଉପତ୍ୟକା ର ଭିତି ସୃଷ୍ଟି କରେ ା

ବାପା ତୁମେ କଣ 
ମିନି ସୁଇଜରଲ୍ୟାଣ୍ଡ ରେ 
ଶୋଇବାର ଶେଯ ବାଛିନେଲ 
ଗଲା ବେଳେ ତିନିଜଣ ଗଲେ 
ହେଲେ ତୁମେ ଶୋଇଗଲ ସେଠି 
ଧର୍ମାନ୍ଧ ଦାନବ ଙ୍କ ଗୁଳି ଚୋଟ ରେ 
ତୁମ ଲାଲ ଲହୁ ର ଝରଣା ଧୋଇନେଲା 
ମୋ ମାଆ ର ଲାଲ୍ ସିନ୍ଦୁର ର ଟୋପା ା


साहित्याला गुण द्या
लॉग इन