STORYMIRROR

Alhadini Panigrahi dash

Others

4  

Alhadini Panigrahi dash

Others

ଶିଶିର ଝରୁଛି ବୋଲି

ଶିଶିର ଝରୁଛି ବୋଲି

1 min
318

ଶିଶିର ଝରୁଛି ବୋଲି

ଶିଳ୍ପୀ ଟିଏ ସାଜିଣ ପ୍ରକୃତୀ 

ଶସ୍ୟ କ୍ଷେତ୍ରେ ଆଙ୍କୁଅଛି ଝୋଟି 

ଶର୍ବ ପତ୍ନୀ ବିଜେ ହେବେ ବୋଲି ାା୧ାା


ଶିଶିର ଝରୁଛି ବୋଲି 

ଅଳ୍ପ ଭିଜା ଅଳ୍ପ ଶୁଖା ମାଟି

ଦରହାସେ ଆକାଶ କୁ ଦେଖି

ରାତି ସାଙ୍ଗେ କରୁଅଛି ରତି ାା୨


ଶିଶିର ଝରୁଛି ବୋଲି

ଶାଖୀ ଗଣ ସତେଜ ପ୍ରଫୁଲ୍ଲ

ଶସ୍ପ ଗାଏ ପ୍ରେମର ଗଜଲ

ଶାରଙ୍ଗ କୁ ଆଲିଙ୍ଗନ କରି ାା

୩ାା

ଶିଶିର ଝରୁଛି ବୋଲି

ଶଶୀ ଙ୍କୁ ସପ୍ରେମେ ନିରେଖି

ଶତାଦ୍ଦୀ ର ଶୋଷ ନିଏ ଶୋଷି

ଶାଳୁକ ତା ଓଷ୍ଠ ଅଳ୍ପ ଖୋଲି ାା୪


ଶିଶିର ଝରୁଛି ବୋଲି 

ସୁଧାକର ମୁକ୍ତା ମାଳ ଗୁନ୍ଥି

ସୁଗନ୍ଧା ର ଗଭା ଦିଏ ମଣ୍ଡି

ସରମ ରେ ବିଭାବରୀ 

ମୁହଁ ଯାଏ ଜଳି ାା୫ାା 


ଶିଶିର ଝରୁଛି ବୋଲି 

ଶୀତ ସତେ ହସେ ଖିଲି ଖିଲି

ସକାଳୁଆ ନରମ ଖରା ରେ

ସୁକୁମାରୀ ବାନ୍ଧୁଥାଏ ବେଣୀ ାା୬


ଶିଶିର ଝରୁଛି ବୋଲି

ଶବ୍ଦାକାର ଆନମନା ହୋଇ

ଶୀତ ପାଇଁ ଶବ୍ଦ ଖଞ୍ଜୁ ଥାଇ

ସୁଖ ସ୍ବପ୍ନ ଶୟନ ତିଆଗୀ ାା୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍