STORYMIRROR

Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ମୋବାଇଲ୍ ଗେମ୍

ମୋବାଇଲ୍ ଗେମ୍

1 min
352

ପଚାଶ୍ ଖେଲି କରି ଲାଖେ ପାଅ

    ଶହେ ଖେଲିକରି କୁଟେ

ଏନ୍ତା ମନ୍ ଲୁଭା ବିଜ୍ଞାପନ୍ ପଛେ

    ନାଇଁ ପଡ କେହି ମୁଟେ ାା୧ାା


ସେଲିବ୍ରେଟି ବଲି ଭାବୁଛୁଁ ଯାହାକେ

    ଆଦର୍ଶ ମାନୁଛୁଁ କେତେ

ପଏସା ର୍ ମାୟା ଥି ବାୟା ହେଇକରି

    ବାଟ୍ ଭୁଲଉଛନ୍ ସତେ ାା୨ାା


ସଂଘର୍ଷ ପଛେ କର ଭାଇମାନେ

   ସଟ୍ କଟ୍ ନାଇଁ ଧର

ଖେଲେ ସବୁ ହାରି ଘରୁ ଭାଗି କରି

   ଜୀବନ୍ କେ ନାଇଁ ହାର ାା୩ାା


ନିଜର୍ ଜୀବନ୍ ନୁ କିଛି ବଡ୍ ନୁହେଁ 

   ଧନ୍ ଯଉବନ୍ ସମ୍ପତ୍ତି

ଘାଏଁ କେ ଧନୀ ହେଇଯିମି ବୋଲି

   ନାଇଁ ଡାକ ଭାଇ ବିପତ୍ତି ାା୪ାା


ଲୁକର୍ ଘର୍ କେ ବୁଡାବାର୍ ଲାଗି

   ଜୁଆ ମାରୁଛେ ଜୁହା

ମନ୍ ଭୁଲା କଥା ଶୁନି ଭଲି ଗଲେ

   ହେବ ଖାଲି ଅଚାବୁହା ାାାାାାା୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational