STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଈଶ୍ୱରୀୟ ସତ୍ତା

ଈଶ୍ୱରୀୟ ସତ୍ତା

1 min
259


ନିଶବ୍ଦ, ନିଶ୍ଚିହ୍ନ ବେଳାଭୂମି ପୃଷ୍ଠେ,

ତୁମ ଭାବନାରେ ମଗ୍ନ ଶିଳାଟିଏ,

ଉଲ୍ଲାସ ଆଣେ ତୁମ ଆଗମନ ବାର୍ତ୍ତା...

ସୀମାହୀନ, ସୁନ୍ଦର ସୁବିଶାଳ ପୃଥିବୀରେ

ତୁମଠାରେ ଦେଖେ ମୁହିଁ ଈଶ୍ୱରୀୟ ସତ୍ତା।


ତୁମେ ଥିବାଯାଏଁ 

ଛୁଇଁ ପାରିବନି 

ଦୁଃଖର ରାବଣ ମୋତେ,

ଡେଇଁପାରିବନି ତୁମେ ଟାଣିଥିବା 

ଲକ୍ଷଣର ରେଖା,

ପ୍ରୀତିର ପରିଧି ମଧ୍ୟେ

ରଖିଅଛ ମୋତେ,

ସତେ ଯେମିତି ମୁଁ ବିନ୍ଦୁ

ତୁମେ ମୋ ବଳୟ।



ନୁହେଁ ତୁମେ ଅଯୋଧ୍ୟା ନରେଶ

ଶ୍ରୀ ରାମଚନ୍ଦ୍ର,

କି ନୁହେଁ ମୁଁ ଅଭିଶପ୍ତା ପାଷାଣି ଅହଲ୍ୟା,

କିନ୍ତୁ ତୁମ ସ୍ପର୍ଶ ମାତ୍ରେ ହୋଇଗଲି

ଜୀବନ୍ତ,ପୂର୍ଣାଙ୍ଗ, ସଂପୂର୍ଣା..

ଥିଲି ଯାହା ଖାଲି କାନଭାସର ନିର୍ଜୀବ ନମୁନା 


ମନ ଉପବନେ ପ୍ରସ୍ଫୁଟିତ ପୁଷ୍ପର ମାଳଟିଏ କରି

ଭକ୍ତିପୂତ ଭାବେ ତୁମ ଚରଣରେ

କଲି ସମର୍ପଣ,

ସେହି ଭକ୍ତି, ପ୍ରିତୀ ବୋଳା ମାଳଟିକୁ

ପୟରେ ରଖ ଦାସିଟିଏ ପରି,

ଅବା ମସ୍ତକରେ ରଖ ଦେବୀ କରି,

ନଚେତ ହୃଦୟ କନ୍ଦରେ ରଖ ପ୍ରିୟସୀ କରି

ଅଥବା ଗଳାରେ ଧାରଣ କର

ଅର୍ଦ୍ଧାଙ୍ଗିନୀ କରି,

କିନ୍ତୁ ରହିବାକୁ ଦିଅ ତୁମ ସମୀପରେ

ଅତ୍ୟନ୍ତ ନିଜର କରି।


ସୁନ୍ଦର ପଂକ୍ତି ମାନ ଯୋଡି 

ସଜାଡ଼ିଦେଲ ମୋତେ କବିତାଟିଏ ପରି,

ଶୃଙ୍ଗାର କରି ସିମନ୍ତୀରେ ଦେଲ ସିନ୍ଦୂର ଭରି,

ମୋ ମୃତବତ୍ ମନ କୋଠରୀରେ ସିଞ୍ଚିଦେଲ

ସଂଜୀବନି ବାରି,

ଅବଶ, ବିବଶ ଜୀବକୋଷେ

ପ୍ରବାହିତ କଲ ପ୍ରେମର ରକ୍ତ,

ତୁମେ ମାନ କି ନ ମାନ

ତୁମେ ମୋ ଈଶ୍ୱର,

ମୁଁ କିନ୍ତୁ ତୁମ ଅନ୍ତରଙ୍ଗ ଭକ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational