STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

3  

ପ୍ରିୟଦର୍ଶିନୀ ମହାନ୍ତି

Romance

ଆନମନା ମନ

ଆନମନା ମନ

1 min
228

ବୟସର ଅପରାହ୍ନେ ଖୋଜେ ଆଜି

ପ୍ରେୟସୀ ଜହ୍ନକୁ,

ଜହ୍ନରେ ଦିଶେନି ଆଉ ପ୍ରେମିକାର ଛାପ

କି ପ୍ରେମର ଗପ

ଦିଶେଯାହା ନିରାଶ, ହତାସ ଆଉ 

ଜୀବନର ଅନ୍ତ।


କ୍ଷୀଣ ଦେହ ଅବଶ ମନରେ

ମନପଡେ ଘଟିଛି ଯା' ଯୁବାକାଳେ,

ପ୍ରେମ,ବିରହ ଆଉ ମିଳନର ରାଗ

ଭୋଗିଥିଲୁ ଦୁହେଁ ମିଶି

ଆଜି ତାହା ଭାଳେ...


କ୍ଷଣ ଭଙ୍ଗୁର ଏ ଜୀବନ ଯୌବନ

କ୍ଷଣସ୍ଥାୟୀ ଏ ତନୁ 

କିନ୍ତୁ ତଥାପି ଖୋଜୁଛି ପ୍ରିୟାର ପରଶ

ଅନାମନା ମନ...


ଦେଇଥିଲି କେବେ ଥରେ ଆଖି ମିଟିକାରେ

ପ୍ରେମର ସନ୍ଦେଶ,

ହସିଦେଇ ଲାଜେ କରିଥିଲା ସେ ମୋତେ

ମନର ମଣିଷ।


ପ୍ରିୟା ମୋର ବହୁ ଦୂରେ

କରିଛି ଜହ୍ନ ପାଖେ ଘର,

ତାରାମେଳେ ତାର ଗହଳ ଚହଳ..

ଛଅ ଖଣ୍ଡ ପଞ୍ଜରା ହାଡ଼ ଉପରେ

ପତଳା ଚମଡା ଧରି

ଅପେକ୍ଷା ଯିବା ପାଇଁ ପାଶେ ତାର...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance