STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy Others

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy Others

ମୁଁ

ମୁଁ

1 min
239

ନା ମୁଁ କବିତାଟିଏ ନା ମୁଁ ଗଳ୍ପ

ନା ମୁଁ ସମୀକ୍ଷା ର ବିଷୟବସ୍ତୁଟିଏ

ମୁଁ ତ ଝିଅଟିଏ..

ସ୍ନେହ ,ଆଦରର ପାତ୍ରୀଟିଏ।


ମୋ ରଙ୍ଗ ପରଖାଯାଏ

ମୁଲଚାଳ କରାଯାଏ...

ରୂପ,ରଙ୍ଗ,ଗୁଣ ଦେଖି

ଦାମ୍ ନିର୍ଦ୍ଧାରଣ କରାଯାଏ।


ମୁଁ ରକ୍ତ ମାଂସ ଧାରୀ 

ନାରୀଟିଏ,

ମୁଁ ବେଙ୍ଗି ପିତ୍ତଳ କି ସୁନାମୁଣ୍ଡା ନୁହେଁ ଯେ

ମୋତେ କଷଟି ପଥରରେ ଘସା ଯାଏ।


ମୋତେ ସମୀକ୍ଷା କରିବା ଅପେକ୍ଷା

ବୋଧହୁଏ ଆବଶ୍ୟକ

ନିଜେ ନିଜର ଆତ୍ମ ସମୀକ୍ଷା କରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy