STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ସହଜରେ ଭୁଲିଯିବ

ସହଜରେ ଭୁଲିଯିବ

1 min
279


ପ୍ରତିଶୃତି ସବୁ ପାଣିଗାର ନୁହେଁ, ବାଟଭାଙ୍ଗି ଚାଲିଯିବ,

ମନ ଦିଆ ନିଆ ପିଲାଖେଳ ନୁହେଁ, ସହଜରେ ଭୁଲିଯିବ। 


ମିଶି ତୋଳିଥିଲେ ପ୍ରେମର ନଅର,ଭାଙ୍ଗିଦେଇ ଚାଲିଯିବ.

ମନ ଗହନରେ ପ୍ରୀତିର କ୍ଷତଟି, ସବୁଦିନ ପାଇଁ ଥିବ। 

ବାଲିଘର ନୁହେଁ ପ୍ରେମର ସ୍ତୁପଟି, ତୋଳିଦେଇ ଧୋଇଦେଵ,

ମନ ଦିଆ ନିଆ ପିଲା ଖେଳ ନୁହେଁ,ସହଜରେ ଭୁଲିଯିବ।


ପ୍ରେମ ନୁହେଁ କେଉଁ ହାଟର ସଉଦା, କିଣୁଥିବ ବିକୁଥିବ

ଚାଲିଯିବ ଯଦି ସମ୍ପର୍କ ଛିଡେଇ, ପରେ ନିଜେ ଭାବୁଥିବ

ପ୍ରେମ କ'ଣ ରଫ ଖାତାଟି ଯେ! ଲେଖୁଥିବ ଚିରୁଥିବ

ପ୍ରତିଶ୍ରୁତି ସବୁ ପାଣିଗାର ନୁହେଁ, ସହଜରେ ଭୁଲିଯିବ।


ଖେଳନା ନୁହେଁ ମୁଁ ଖେଳ ସରିଗଲେ,ମନରୁ ପାଶୋରିଦେଵ,

ପ୍ରିୟା ପ୍ରୀତି ନୁହେଁ ଅଢେଇ ଦିନିଆ, ଦି' ଦିନରେ ସରିଯିବ,

ପ୍ରେମ ପରା ଏକ ସ୍ୱର୍ଗୀୟ ବନ୍ଧନ, ଦି' ହୃଦୟକୁ ଯୋଡୁଥିବ,

ମନ ଦିଆ ନିଆ ପିଲା ଖେଳ ନୁହଁ, ସହଜରେ ଭୁଲିଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy