STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

2  

ପ୍ରିୟଦର୍ଶିନୀ ମହାନ୍ତି

Romance

ତୁମେ ସାଥୀଟିଏ

ତୁମେ ସାଥୀଟିଏ

1 min
136

ସତ୍ତାହୀନ ଏଇ ଜୀବନରେ ମୋର

ତୁମେ ଏକା ସାଥୀଟିଏ,

ସ୍ମୃତି ରାଇଜରୁ ଭାସିଆସ ତୁମେ

ଯେବେ ଏକାନ୍ତରେ ଥାଏ।


ମୁଁ ଯଦି ହୁଏ ନୀଳକଇଁଟିଏ

ତୁମେ ପରା ଜହ୍ନରାତି,

ତୁମେ ଯଦି ହୁଅ ସଞ୍ଜବେଳଟିଏ

ମୁଁ ହେବି ସଞ୍ଜବତୀ।


ତୁମେ ଯଦି ହୁଅ ଅଲେଖା ଡାଇରୀ

ମୁଁ ଲେଖିବି ପ୍ରେମ ଗାଥା,

ତୁମେ ପଢୁଥିବ, ପଢି ହସିଥିବ

ଆମ ଶାଶ୍ୱତ ପ୍ରେମର କଥା।


ତୁମେ ଯଦି ହୁଅ ଅପହଞ୍ଚ ଇଲାକା

ମୁଁ ଅନ୍ତହୀନ ଅପେକ୍ଷା,

ସବୁ ଜନ୍ମ ପାଇଁ ମୋ ଚକ୍ଷ୍ୟୁ ଯୁଗଳେ

ତୁମ ଛବି ହେଉ ଅଙ୍କା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance