STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

3  

ପ୍ରିୟଦର୍ଶିନୀ ମହାନ୍ତି

Classics

ବରଗଛ

ବରଗଛ

1 min
263

ମୋ ଗାଆଁମୁଣ୍ଡ ବରଗଛ 

ସେଇଠାରେ ବିଦ୍ୟାଳୟ

ତା' ମୂଳେ ଲୁଚକାଳି...

ସାଙ୍ଗମେଳେ କୋଳାକୋଳି।


ବୟସର ଅପରାହ୍ନେ ଦୁହେଁ ଅବତ୍ତୀର୍ଣ୍ଣ

କେତେ ଯେ ଖେଳିଛି

ତା' ଓହଳରେ ଝୁଲି...

କେବେ ପୁଣି ଆଶ୍ରିତ ବୋଉ ମାରେ ବୋଲି।


କେତେ ଯେ ଖୋଳି ବିଦାରି

ଲେଖିଛି ତା ଦେହେ

ପ୍ରେମର ଚିଟାଉ,

ଆଉ ନାମ ପ୍ରେମିକାର....

କେତେ ଥର ହୋଇଛି ,

ତା' ତଳେ ମିଳନ ଆମର।


ଜୋସ୍ନା ଭିଜା ଜହ୍ନରାତି

ବର୍ଷା ଭିଜା ଶ୍ରାବଣ...

କାର୍ତ୍ତିକର ଶୀତ ସନ୍ଧ୍ୟା

ଫଗୁ ବୋଳା ଫଗୁଣ।

ସବୁକିଛି ଭୋଗିଛି ମୁଁ

ତାକୁ କରି ସାଥି ସହୋଦର...

ସେ ବି ଗୋପନେ ସାଇତି

ଦେଇଛି ଯାହା ନିରବ ଉତ୍ତର।


ପଥପ୍ରାନ୍ତେ ଜରାଜୀର୍ଣ୍ଣ ତନୁ ଧରି

ଅପେକ୍ଷା ପୁରିବାକୁ ଆୟୁଷ...

ମୁଁ ମଧ୍ୟ ଜୀବନର 

ସାୟଂକାଳେ ଉପନୀତ,

ଅବଶ, ବିବଶ 

ଖାଲି ଯାହା ଆତଯାତ ନିଃଶ୍ୱାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics