STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ମୁଁ ସେଇଠି

ମୁଁ ସେଇଠି

1 min
179

ପଚାରନା ମତେ

ମୁଁ ଆଜି କେଉଁଠି...

ମୁଁ ସେଇଠି...

ଯେଉଁଠି ତୁମେ ଛାଡିଯାଇଥିଲ ...


ଯେଉଁଠି ଫଗୁଣ ରଙ୍ଗ ସବୁ

ନେଇ ଚାଲିଯାଇଥିଲା ତା ବାଟରେ...

ଯେଉଁଠି କୋଇଲି ତା ସ୍ୱର ନେଇ 

କରିଥିଲା ମତେ ନିଃଶବ୍ଦ..


ମୁଁ ସେଇଠି...

ଯେଉଁଠି ରାତି ସରେନି

ସକାଳ ହୁଏନି..

ସ୍ବପ୍ନ ସବୁ ଛଟପଟ ହୁଅନ୍ତି

ଅନିଦ୍ରା ଆଖିରେ।


ମୁଁ ସେଇଠି ,

ଯେଉଁଠି ବର୍ଷା ପରେ ଇନ୍ଦ୍ରଧନୁ ଆସେନି

କି ମୟୂର ପୁଚ୍ଛ ବିସ୍ତାରି ନାଚେନି।


ମୁଁ ସେଇଠି 

ଯେଉଁଠି ଋତୁ ସବୁ ବେଇମାନ

ରଙ୍ଗ ସବୁ ଫିକା

ଆଶା ସବୁ ଅବାକ

ସ୍ବପ୍ନ ସବୁ ଆନମନା


ମୁଁ ସେଇଠି

ଯେଉଁଠି ନୀରବତା, ନିଃସଙ୍ଗତାର

ରାଜୁତି ଚାଲେ...

ମୁଁ ଗୋଟେ ପର୍ଣ୍ଣମୋଚି ଅରଣ୍ୟରେ

ଆଜ୍ଞାତବାସର ଅଭିଶାପରେ...

ଯେଉଁଠି ହସିବାର ଛଳନା କରି

ଖୁବ ଉପହାସ କରେ ନିଜକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy