STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ତଅପୋଇ

ତଅପୋଇ

1 min
271


ପ୍ରବଳ ପଶ୍ଚିମା ଗ୍ରାସିଗଲା ଚେଳିତୋଳ

 ତାମ୍ରଲିପ୍ତ ସୁନା ଚାନ୍ଦିପୁର 

ଟଳିଗଲା ତାଳମାଳ ବାଇଆ ଅସ୍ମିତା

 ହଜିଗଲା ତା କୁଟା କାଠି ବସା

 ବୋଇତ ପଟୁଆ, ଖିଲିକାତି ଗୁଆ 

 ଆଶାର କୁସୁମ ଆଉ କରମ ବଟୁଆ ।

ଧଉଳିରୁ ଗୋହିରା ଟିକିରି

ବହଳ ଅନ୍ଧାରୀ ଗୁମ୍ଫା,ଏଇ ଦେହ

ଏଇ ମାଟି ରଞ୍ଜିତ ଉଷୁମ ରକ୍ତେ

ସନ୍ତରୁଛି ବୈତରଣୀ ତପ୍ତ,

ତା କୋଣାର୍କ ଭଗ୍ନ, ବାରବାଟୀ ଧ୍ୱସ୍ତ ।

ବାଇଆଣି ତଅପୋଇ

ଭଙ୍ଗା କଣ୍ଢେଇକୁ ଧରି କାନ୍ଦେ କଇଁ କଇଁ,

ଫେରି କି ଆସିବ ସତେ

ପୂରୁବ ବିଭବ ନେଇ ତା ଆପଣାର କେହି ।

ପୋଛି ଦେ ମାଆ ତଅପୋଇ ଲୁହ

ମନ ଭରି ଜହ୍ନ ତାରା ଦେଖ,

ସୂରୁଜଙ୍କୁ ମୁହଁ କରି ବାଜିଆ କି 

ଧରମାଙ୍କୁ ଡାକ,

ତୋ ଲୁହ ଉଜାଣି ସୁଏ

ନୂଆ ଏକ ସୁନେଲି ସକାଳେ,

ବାଲି ଦ୍ଵୀପେ ବଟୁଆ ଖୋଜିବା,

ଫେର୍ ଯିବା ଜହ୍ନ ତାରା ରାଇଜକୁ ;

ମହାରଣା ବିଶୁଆକୁ ପଚାରିବା

ସତ ଆଉ ଧରମର ଏଠି କିଏ ଦାୟ ?

କିଏ ପୁଣି ଆଣିଦେବ ତୋ ପାଇଁ

ସତ ପୂରା ଚାନ୍ଦ ??

ମନ ଖୋଲି ହସିଖେଳି ସ୍ୱଚ୍ଛନ୍ଦେ ବଞ୍ଚିବ

ଏଠି ତଅପୋଇ ଜୀବନରେ 

ଆସିବ ଆନନ୍ଦ ???

-+++--



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy