ମରୀଚିକା
ମରୀଚିକା
ମନ କଲ୍ଲୋଳିନୀ ଆଜି
ବହୁଛି ଉଦାସେ
ଅତୀତ ସ୍ମୃତିରୁ କିଛି
ସ୍ରୋତେ ଭାସି ଆସେ ।
ଆଶା ଭେଳା ଧୀରେ ଧୀରେ
କରେ ଅତିକ୍ରମ
ହରାଇବା ପ୍ରେମ ଦୁଃଖ
ଅଗ୍ନି ଜ୍ଜାଳା ସମ ।
ଉପାନ୍ତେ କିରାତ ବସି
ଜଗାଉଛି ତ୍ରାସ
ଭବିଷ୍ୟତ ଲକ୍ଷ୍ୟ ଦେଖି
କରେ ଉପହାସ ।
ତନ୍ଦ୍ରାବିଜଡିତ ତୋର
ମନର କାମନା
ସୁଦୀର୍ଘ ଭାବନା ଦେହେ
କାଞ୍ଚୁଲୀ ଗହଣା ।
ଅନୁର୍ବର ପ୍ରେମ ଖେତେ
ରୋପି ପ୍ରୀତି ବୀଜ
ସେ ଉଷର ହୃଦୟେ କି
ଉଠେ ସ୍ନେହ ସୂର୍ଯ୍ୟ ।
ଯେ ବୁଝି ନପାରେ ଅନ୍ୟ
ମନର ଭାବନା
କର ନାହିଁ କେବେ ତାକୁ
ପ୍ରେମିକରେ ଗଣା ।
ମିଛ ପ୍ରେମ ମରୀଚିକା
ହୁଅ ନାହିଁ ଦୁଃଖି
ମୋ ମତରେ ତ୍ୟାଗ କରି
ହେବ ନିଶ୍ଚେଁ ସୁଖି ।

