ଭିଟାମାଟି
ଭିଟାମାଟି
ଜରାଜୀର୍ଣ୍ଣ ମନ୍ଦିର, ଚଳାଚଳ ଭୂମି ଖଞ୍ଜା
ଦେବସ୍ୱ ସାମାଜିକ ବରପ୍ରଦ ମୁଦ୍ରା
ଏବେ ସନ୍ଦୀହାନ ଗର୍ଭସ୍ଥ ନିଶ୍ଚିହ୍ନ ,
ରାଜସ୍ୱ ରାଜ ଉଆସ କୋଠାବାଟି
ଗରୀବର ଝାଟିମାଟି
ଚାଷବୃତ୍ତି ଭିଟାମାଟି
ଉଚ୍ଛନ୍ନ ସର୍ବସ୍ୱ ।
ଦୋଛକିରେ ଆଜୀବିକା ଜନମ ମରଣ
ସନ୍ତୁଳିତ ଜୀବନକୁ ଦିଶୁନାହିଁ ରାସ୍ତା,
ନିରାଶା ଘନ ଅନ୍ଧାରେ
ଜୀଇବାଟା ଲକ୍ଷ୍ୟ ମୂଲ୍ୟ ହୀନ
ଘାରିଯାଏ ଅବିଶ୍ୱାସ ପ୍ରଚଣ୍ଡ ଅନାସ୍ଥା ।
ଆଶା କିନ୍ତୁ ଅଶୁମାରୀ
ଉଙ୍କିମାରେ ନିତି ପ୍ରତି ସୁନେଲି ପ୍ରଭାତେ
ବଞ୍ଚିରହୁ ଏ ମଣିଷ ସୁଖରେ ଶାନ୍ତିରେ
ହସି ଉଠୁ ପୁଣି ଭିଟାମାଟି ।
ଫୁଲ ଫଳ ଗଛଲତା ସବୁଜ ସୁନ୍ଦରେ
ନାଚି ଉଠୁ ଗାଁ ଗଣ୍ଡା ଆମ ଭିଟାମାଟି,
ଜୀବନକୁ ମିଳୁ ରାହା
ପ୍ରତିପାଳୁ ଏମଣିଷ ସ୍ୱ ଉଦର କୁଟୁମ୍ବକୁ
ସକୁଶଳେ ସ୍ୱର୍ଣ୍ଣପ୍ରସୂ ଜନମମାଟିରେ,
ଅକାରଣେ ନକରୁ ସେ ପଳାୟନ
ଅର୍ଥ ଆଶା ମିଥ୍ୟା ପ୍ରଲୋଭନେ,
ବିକାଶର ଉଦଗମୁ ଅଙ୍କୁର
ଆଶା ନେଇ ସ୍ୱପ୍ନ ନେଇ ବଞ୍ଚିରହୁ
ଅସହାୟ ପ୍ରତିଟି ମଣିଷ
ମହକୁ ତା ଭିଟାମାଟି,
ତା ସୁରକ୍ଷା ପ୍ରତି ରହୁ ଧ୍ୟାନ
ହେଉ ସ୍ୱ।ବଲମ୍ବୀ ସିଏ
ସ୍ୱ।ଭିମାନ ରହୁ ତାର ନିଶ୍ଚୟ ଅକ୍ଷୁର୍ଣ୍ଣ ।
