Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Tragedy

5.0  

ଅଜୟ କୁମାର ବେହେରା

Tragedy

ମହାମାରୀ ଆତଙ୍କ

ମହାମାରୀ ଆତଙ୍କ

1 min
163



କରୋନା କୋକୁଆ କବଳରେ ବିଶ୍ୱ

     ଆତଙ୍କ ଖେଳୁଛି ଖେଳ ।

ଜନ ସମାଜରେ ଭୟ ବିଭୀଷିକା

     ସରିବ କି କଳିକାଳ !୧!

    

ହୃଦୟକୁ ଘାରେ ଅକାଳ ମରଣ

    କରୋନା କାରଣ ପାଇଁ ।

ଭୁତାଣୁ ରାକ୍ଷସ କାୟା ବିସ୍ତାରୁଛି

   ମହାମାରୀ ରୂପ ନେଇ ।୨।

   

ଅଜବ ଗୁଜବ ଅଜଣା ଆଶଙ୍କା

   କରୋନା କରୁଛି ସୃଷ୍ଟି ।

ପ୍ରଚାର ମାଧ୍ୟମ ଟିଭି ମୋବାଇଲି

   ଆକର୍ଷଣ କରେ ଦୃଷ୍ଟି ।୩।

   

ପ୍ରଚାର ପ୍ରସାରେ ଭୟର ସଂଚାର

   ପ୍ରତିକାର ପାଇଁ ବ୍ୟସ୍ତ ।

ମାନବ ସମାଜ ହୁଏ ସଜବାଜ

   ରହିବ କିପରି ସୁସ୍ଥ ।୪।

   

ସ୍ୱାସ୍ଥ୍ୟ ସେବାସଂସ୍ଥା କରୁଛି ବ୍ୟବସ୍ଥା

   ଶାସକ ନିର୍ଦ୍ଦେଶ ମାନି ।

ସ୍ରଷ୍ଟାର ସୃଷ୍ଟିକୁ ହେୟାଜ୍ଞାନ କରି

   ଭାବୁଛି ନିଜକୁ ଜ୍ଞାନୀ ।୫।

   

ଅଦୃଶ୍ୟ ଭୁତାଣୁ ପ୍ରତିହତ ପାଇଁ

    ଅନ୍ଧାରେ ବୁଲାଇ ବାଡ଼ି ।

ପ୍ରତିରକ୍ଷା ପାଇଁ ପ୍ରୟାସ କରୁଛି

  କରୋନାକୁ ଦେବ ତଡି ।୬।

  

ଅଚ୍ୟୁତ ମାଳିକା ନୁହେଁ ପ୍ରହେଳିକା

   ଭାବୁଛନ୍ତି ଏବେ ଜନେ ।

ଅଦ୍ଭୁତ କୋକୁଆ ସତରେ ଆସିଛି

   କଳ୍ପନା ଜାଗୁଛି ମନେ ।୭।

   

ବିଜ୍ଞାନ ବଳରେ ବିଶ୍ୱ ବଳିୟାନ

    ଦେଖାଇ ନିଜର ବଳ ।

ସୃଷ୍ଟି ବିରୁଦ୍ଧରେ ଯୁଦ୍ଧ ଡ଼ାକରାରେ

   ଫଳିଲା କରୋନା ଫଳ ।୮।

   

ଚେତନା ପଶିଲେ ହୃଦରେ ଏବେ

   ଲାଭ କିବା ହେବ ଆଉ ।

ନିଜ ପାଇଁ ନିଜେ ଯମକୁ ଡାକିଲେ

    ଯମ ହିଁ ସାଧିବ ଦାଉ ।୯।

    

ମାନବ ଜନମ ଦୁର୍ଲଭ ହେଲେ ବି

    ସାରା ଜୀବଜଗତରେ ।

ସୃଷ୍ଟି କର୍ତ୍ତା କେବେ ରାୟ ଦେଇନାହିଁ

    ନିଷ୍ଠୁରତା ସପକ୍ଷରେ ।୧୦।

     

ଆମ ନିଷ୍ଠରତା ଜୀବଜନ୍ତୁ ହତ୍ୟା

     ନିଜର ଲାଳସା ପାଇଁ ।

ପରିବେଶ ନଷ୍ଟ ପ୍ରକୃତି କ୍ରୋଧରେ

   ସବୁ ଯିବ ଧ୍ବଂସ ହୋଇ ।୧୧।

   

କାହିଁ କେତେ ଦିନୁ ଅନେକ ଭୁତାଣୁ

     ଆନ୍ଥ୍ରାକ୍ସ ନାଇଲ୍ ସର୍ସ ।

ମୃତ୍ୟ ବିଭୀଷିକା ରଚି ଯାଇଛନ୍ତି

    ବସାଇ ତାଙ୍କର ଫାଶ ।୧୨।

    

ତା'ପରେ ଆସିଛି ବାର୍ଡଫ୍ଲୁ ଇକୋଲି

    ସ୍ୱାଇନିଫ୍ଲୁ ଓ ଇବୋଲା ।

ଇସି ଜିକା ନିପ୍ପା ପର୍ଯ୍ୟାୟ କ୍ରମରେ

    ରଚିଛନ୍ତି ନାଶ ପାଲା ।୧୩।

    

ଦଶନ୍ଧି ବିତିଲା ଅପ୍ରତ୍ୟକ୍ଷ ହୋଇ

     ମାନବ ରହିଛି ଶୋଇ ।

ଏକବିଂଶ ଅବ୍ଦେ କରୋନା ଆସିଛି

   ସତର୍କତା ବାର୍ତ୍ତା ନେଇ ।୧୪।

    

ବୁଲି ବୁଲି କହେ ଜାଗ ହେ ମାନବ

      ନିଷ୍ଠୁରତା ପଣ ତେଜି ।

ଜୀବେ ଦୟାବହି ପରିବେଶ ପାଇଁ

   ଧର୍ମ କର୍ମେ ଯାଅ ମଜ୍ଜି ।୧୫।

   

ସ୍ୱଚ୍ଛତା ଅସ୍ତ୍ରରେ ପରାଜୟ ମୋର

     ପରିବେଶ ରଖ ସ୍ଵଛ ।

ଫେରିଯିବି ମୁହିଁ ପ୍ରକୃତି କୋଳକୁ

   ସମସ୍ତେ ରହିବା ସୁସ୍ଥ ।୧୬।



Rate this content
Log in