STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ବଞ୍ଚିବାର କଳା

ବଞ୍ଚିବାର କଳା

1 min
319

ପ୍ରାର୍ଥନା କରିବା ପୂର୍ବରୁ ପ୍ରଥମେ 

   ବିଶ୍ୱାସ କରିବା ଶିଖ 

ନିଶ୍ଚୟ ଗୁହାରି ଶୁଣିବେ ଠାକୁର 

  ପରୀକ୍ଷା କରି କି ଦେଖ ॥


କହିବା ପୂର୍ବରୁ  ଅନ୍ୟଙ୍କୁ ଶୁଣିବା 

   ଅଭ୍ୟାସ ଅଟେ ଜରୁରୀ 

ଦେଖିବ ତା ପରେ ସମସ୍ତେ ତୁମକୁ 

  ଶୁଣୁଥିବେ କାନ ଡେରି ॥


ଖର୍ଚ୍ଚ କରିବାକୁ ଯଦି ଏତେ ଇଛା 

   କର ଆଗ ରୋଜଗାର 

ଆପେ ବୁଝିଯିବ  କାହିଁକି କହନ୍ତି 

  'ଆୟ ଦେଖି ବ୍ୟୟ କର'॥


ଲେଖନୀ ଚାଳନା କରିବା ପୂର୍ବରୁ 

   ଭାବିବା ଅଭ୍ୟାସ କର 

ଲେଖିବା ସମୟେ ଳେଖନୀର ଗତି 

   କେବେ ହେବନାହିଁ ସ୍ଥିର॥


ଛାଡିବା ପୂର୍ବରୁ କୌଣସି କାର୍ଯ୍ୟକୁ 

  ଥରେ ଦେଖ କରି ଚେଷ୍ଟା 

ପରିଶ୍ରମ କେବେ ବୃଥା ଯିବନାହିଁ 

   କର୍ମେ ଯଦି ଥିବ ନିଷ୍ଠା ॥


ମରଣ ବରଣ  କରିବା ପୂର୍ବରୁ 

    ବଞ୍ଚିବାର କଳା ଶିଖ 

ଜୀବନ ସଂଗ୍ରାମେ ଜିତିବ ନିଶ୍ଚୟ 

  ଦୂର ହେବ ଦୁଃଖ କଷ୍ଟ ॥

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational