STORYMIRROR

Dr.Sashi Bhushan Mohapatra

Tragedy

4  

Dr.Sashi Bhushan Mohapatra

Tragedy

ଭିତରକୁ ଦେଖ

ଭିତରକୁ ଦେଖ

1 min
481


ଆମେ ଭୁତାଣୁ ଦ୍ୱାରା ଯେଉଁଠି କବଳିତ 

ସେଠି ଆଉ ଅହଂକାର କାହିଁ

ଏ ପୃଥିବୀକୁ କରିବାକୁ କରାଗ୍ରତ?


ଆମେ ଏବେ ହସୁ ନାହୁଁ

ହସୁଚି ଫୁଲ ,ଖେଳୁଛି ପ୍ରଜାପତି

ମଧୁମକ୍ଷି ଚୁମୁଛି ଫୁଲ

ପକ୍ଷୀଙ୍କ କାକଳିରେ ଗଗନ କମ୍ପୁଛି

ଆକାଶରେ ଘୋଟାଉଛି ମେଘ

ବିଜୁଳି ରହି ରହି ଚମକୁଛି

ସମୀରାଣ ଛୁଉଁଛି ଦେହ ।


ମଣିଷ ଦଖଲରେ ଥିବା ପୃଥିବୀରେ

ପଶୁପକ୍ଷୀ ଏବେ ବୁଲୁଛନ୍ତି ନିର୍ଭୟରେ,

ମଣିଷ ଆଜି ନିଜ ଗୃହେ ବନ୍ଦୀ ହୋଇ

ଝରକା ଏପାଖେ ଦେଖୁଛି

ସେପାଖେ ପ୍ରକୃତି କେତେ ସୁନ୍ଦର ଦିଶୁଛି।


ପକ୍ଷୀ ତା' ବାଟରେ ଯାଉଛି ଉଡ଼ି

ଝରଣା ତା' ବାଟେ ଯାଉଛି ଗଡ଼ି

ଫୁଲ ତା' ମହକ ଦେଉଛି ଛାଡ଼ି

ଗଛତଳେ ଛାଇମାନେ ବସିଛନ୍ତି ଚକାପାତି

ଜୀବଜନ୍ତୁ ସେ ଛାଇରେ ହେଉଛନ୍ତି ମେଳି

ଆମେ କିନ୍ତୁ କବାଟ ଝରକା ବନ୍ଦକରି

ଶୋଇଲେ ବି ନିଦ ମାଡୁ ନାହିଁ

କାଳେ ଲାଗିଯିବ ନିଦ ସବୁଦିନପାଇଁ ।


ପଶୁପକ୍ଷୀ ସବୁ ବୁଝିଛନ୍ତି

ତେଣୁ ପ୍ରକୃତି ସହ ରହିଛନ୍ତି'

ଏ ମଣିଷ ବୁଝୁନି କେମିତି

ଅଲଗା ରହିବ କିପରି

ପ୍ରକୃତିକୁ ଭଲପାଇବା ଛାଡ଼ି ?


ପ୍ରକୃତି ସହ ଯୋଡ଼ିହେଲେ

ଭଲପାଇବାର ଲତା ମାଡ଼ିଯିବ,

ପାଇବା ଲୋଭରେ ଆଉ କେତେଦିନ

ଘର ଭିତରେ ନିଜକୁ ଅଲଗାକରି ରହିହେବ ?


ପ୍ରକୃତିରେ ସବୁ ଦୃଶ୍ୟ ଦୃଶ୍ୟମାନ

କିନ୍ତୁ ଦିଶୁନାହିଁ ନିଜ ଭିତରର ଦୃଶ୍ୟ

ଜଙ୍ଗଲଠୁ ଆହୁରି ନିକାଞ୍ଚନ ଘର

ତା' ଠୁ ନିକାଞ୍ଚନ ଲାଗେ ନିଜ ଭିତର।

ନିଜ ଦୂରତାରେ ନିଜେ ନିଜଠୁ ଦୂର

ଏବେ ସମୟ ଆସିଛି ନିଜ ଭିତରକୁ ଦେଖ

ଭିତର ଶୋଧନହେଲେ ଜଗତକୁ ଦେଖ

ଜଗତ ସୁନ୍ଦର ହେଲେ ଆମପାଇଁ ସୁଖ ।



Rate this content
Log in

Similar oriya poem from Tragedy