ହେ ଦଇବ !
ହେ ଦଇବ !
ନିଷ୍ଠୁର ତୁମେ
ଆଉ
ପଥର ହୃଦୟ ତୁମ୍ଭର ପୁଣି
ନ୍ୟାୟର ଦେବତା ନାଁ ରେ
ଖେଳୁଛ ଅନ୍ୟାୟର ହୋଲି
ଅନ୍ଧ ତୁମେ
ନିର୍ଭୟାର ନିର୍ମମ ହତ୍ୟା ଦିଶୁନି ତୁମକୁ
ଆଉ ତାର କରୁଣ ଚିତ୍କାର ଵି
ବଧିର ତୁମେ
କେମିତି ବା ଶୁଣିବ ନିରୀହର ଦରଦୀ କ୍ରନ୍ଦନ
ହେଲଣି କି ମୂକ
ପାପୀକୁ ସଜା ଶୁଣାଇବାକୁ
ଫିଟୁନି ତୁମର ମୁହଁ
ଭୀରୁ ତୁମେ
ଆଉ କାପୁରୁଷ ଵି
ଅପରାଧୀକୁ ସଜା ଶୁଣାଇବାକୁ
ତୁମ ଛାତି ହୁଏ ଥର ଥର
ବୋହିପଡ଼େ କେଜାଣି ତୁମ ଆଖିରୁ ଦୀ ଟୋପା ଲୁହଧାର
ନିର୍ଦୋଷୀକୁ ତ ଦୟାମାୟା କିଛିନାହିଁ
ଘୋଷାଡ଼ି ଘୋଷାଡ଼ି ନିଅ ଯମପୁର
ଅବିଳମ୍ବେ
ଫାଶୀ ଵି ଦେଇଦିଅ
ମନର ଭାବନାକୁ ଚିପୁଡ଼ିଦେଇ
ଆଉ ତୁମ ବିବେକକୁ ହତ୍ୟାକରି
ଆଉ କେତେଦିନ
ଅତ୍ୟାଚାରୀ ହୋଇ କାଟିବ ଦିନ
ଆଉ କେତେ ନିର୍ଭୟା ମରିଲେ
ହଜିଲେ
ଆଉ
ଆତ୍ମହତ୍ୟା କଲେ
ତୁମ ପୁରିବ ମନ?