STORYMIRROR

Ghanashyam Biswal

Tragedy

4  

Ghanashyam Biswal

Tragedy

ହେ ଦଇବ !

ହେ ଦଇବ !

1 min
383

ନିଷ୍ଠୁର ତୁମେ

ଆଉ

ପଥର ହୃଦୟ ତୁମ୍ଭର ପୁଣି

ନ୍ୟାୟର ଦେବତା ନାଁ ରେ

ଖେଳୁଛ ଅନ୍ୟାୟର ହୋଲି

ଅନ୍ଧ ତୁମେ

ନିର୍ଭୟାର ନିର୍ମମ ହତ୍ୟା ଦିଶୁନି ତୁମକୁ

ଆଉ ତାର କରୁଣ ଚିତ୍କାର ଵି

ବଧିର ତୁମେ

କେମିତି ବା ଶୁଣିବ ନିରୀହର ଦରଦୀ କ୍ରନ୍ଦନ

ହେଲଣି କି ମୂକ

ପାପୀକୁ ସଜା ଶୁଣାଇବାକୁ

ଫିଟୁନି ତୁମର ମୁହଁ

ଭୀରୁ ତୁମେ

ଆଉ କାପୁରୁଷ ଵି

ଅପରାଧୀକୁ ସଜା ଶୁଣାଇବାକୁ

ତୁମ ଛାତି ହୁଏ ଥର ଥର

ବୋହିପଡ଼େ କେଜାଣି ତୁମ ଆଖିରୁ ଦୀ ଟୋପା ଲୁହଧାର

ନିର୍ଦୋଷୀକୁ ତ ଦୟାମାୟା କିଛିନାହିଁ

ଘୋଷାଡ଼ି ଘୋଷାଡ଼ି ନିଅ ଯମପୁର

ଅବିଳମ୍ବେ

ଫାଶୀ ଵି ଦେଇଦିଅ

ମନର ଭାବନାକୁ ଚିପୁଡ଼ିଦେଇ

ଆଉ ତୁମ ବିବେକକୁ ହତ୍ୟାକରି

ଆଉ କେତେଦିନ

ଅତ୍ୟାଚାରୀ ହୋଇ କାଟିବ ଦିନ

ଆଉ କେତେ ନିର୍ଭୟା ମରିଲେ

ହଜିଲେ

ଆଉ

ଆତ୍ମହତ୍ୟା କଲେ

ତୁମ ପୁରିବ ମନ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy