STORYMIRROR

Sahadev Behera

Tragedy

4  

Sahadev Behera

Tragedy

ବିଲୟ ହୋଇବ

ବିଲୟ ହୋଇବ

1 min
296

ନିଜ କୁରାଢିରେ ନିଜ ଗୋଡ଼ କାଟେ

ବିପଦକୁ ଆଣ ଟାଣି 

ଜଙ୍ଗଲ କାଟିଲେ ଅନାବୃଷ୍ଟି ହେବ 

ନ ପାଇବ ଟୋପେ ପାଣି ll

ଧୁଉ ଧୁଉ ଖରା ତାତି ମାଡ଼ି ଯିବ

ଚାରି ଆଡେ ହାହାକାର 

ଜୀବନ ବିକଳେ ଛଟପଟ ପ୍ରାଣ

ସେବି ଦୂଷିତ ସମୀର ll

 ଜଳ ବରଷିଲେ ସୃଷ୍ଟି ଯେ ରହିବ 

 ହସିବ ଧରଣୀ ରାଣୀ 

 ନଦୀ ହ୍ରଦ ସିନ୍ଧୁ ଜଳରେ ଭାସିବ

 ହେବ ସବୁଜ ବନାନୀ ll

 ଜଳ ଅଭାବରେ ମରୁଡି ହୋଇବ 

 ଶୁଖିଯିବ ଗଛ ଲତା 

 ଫାଟିଯିବ ମାଟି ବଢ଼ିଯିବ ତାପ

 ନ ରହିବ ଜୀବ ସତ୍ତା ll

 ପରିବେଶ ଆମ ସନ୍ତୁଳନ ପାଇଁ 

 ନ ହୋଇବା ଯଦି ସଜ

 ବିଲୟ ହୋଇବ ଦିନେ ଏ ପୃଥିବୀ 

 ଧ୍ବଂସ ହେବ ପ୍ରାଣୀ ରାଜ୍ୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy