ବାଟ ଭାଙ୍ଗିଗଲୁ
ବାଟ ଭାଙ୍ଗିଗଲୁ


ଭଲ ପାଏ ବୋଲି ଭୂଲି ମୁଁ ପାରୁନି
ଗଲୁ ଛାଡି ଯେବେ ମୋତେ
ନିନ୍ଦା ଅପବାଦ ସହୁଛି ସହିବି
ଯିଏ ଯାହା କହୁ ମୋତେ ।
ତୋ ପାଇଁ ଗଢିଛି ହୃଦୟେ ମନ୍ଦିର
ଦେଇନି ଦରଜା କିଳି
ଯେତେ ଦୂରେଇଲେ ପାଉଥିବି ଭଲ
ଯିଏ ଯେତେ ଦେଉ ଗାଳି ।
ମୋ ପ୍ରେମର ମୂଲ କରିଗଲୁ ତୁଚ୍ଛ
ଆଉ କା ପ୍ରେମରେ ପଡି
ଧନ ଦଉଲତ ତଉଲି ବସିଲୁ
ମୋ ପ୍ରେମକୁ ଦେଇ ମାଡି ।
ତୁ କାହିଁ ବୁଝିବୁ ପ୍ରେମର ମହତ
ପ୍ରେମ ଯେ ଚିର ଶାଶ୍ବତ
କୁହୁଡି ପରିଏ ଦୁନିଆଟା ମିଛ
ପ୍ରେମ ଏକା ଧୃବ ସତ ।
ତୋ ସୁନ୍ଦର ରୂପ ଯଉବନ ମୋତେ
କରିନି ପାଗଳ ପ୍ରେମୀ
ତଥାପି କାହିଁକି ଭଲ ଲାଗୁ ମୋତେ
ହେଲି ତୋର ଅନୁଗାମୀ ।
ଭଲ ପାଇବାର ମହକ ଭିତରେ
ଯାଇଛି ମହୁଆ ହୋଇ
ବାଟ ଭାଙ୍ଗିଗଲୁ ଆଉ କାହା ସାଥେ
ଅଧାବାଟେ ମୋତେ ଥୋଇ ।