ବିଧବା ର ଦୁଃଖ
ବିଧବା ର ଦୁଃଖ
ବିଧବା ନାରୀର ଦୁଃଖ କେ ବୁଝିବ
ନିଜେ ଲହୁ ଲୁହ ପିଏ
ସ୍ବାମୀ ଗଲେ ଚାଲି ଦୁନିଆ ତାହାକୁ
ବିଧବା ବେଶ ସଜାଏ ll
ପତି ତା ଜୀବନ ପତି ତା ଈଶ୍ବର
ପତିବ୍ରତା ସ୍ବାଧୀ ନାରୀ
ପତି ପ୍ରାଣେ ଭକ୍ତି ଆଦରେ ସେ ନିତି
ପତି ତା ଅଟେ ସବୁରି ll
କୂଳ ବଧୂ ହୋଇ ସିନ୍ଦୂର ଲଗାଇ
ମଙ୍ଗ
ଳସୂତ୍ର ପକାଏ
ବାର ମାସେ ତେର ଓଷା ବ୍ରତ କରି
ମଙ୍ଗଳ ମନାସି ଥାଏ ll
ଲିଭିଲେ ସିନ୍ଦୂର ଦୁନିଆ ଆଖିରେ
ହୁଏ ସେ ବିଧବା ନାରୀ
କିଏ କେତେ କଥା କହେ ତା ଆଗରେ
ସହଇ ପଥର ପରି ll
ଦୁନିଆର ଏହି ବିଚିତ୍ର ନିୟମ
ଗଢିଛି କି ସତେ ବିହି
କେବେ ତା ମନର ଦୂଃଖ ଦୂରହେବ
ନିୟମ ଯିବ ଲିଭେଇ ll