STORYMIRROR

Sahadev Behera

Tragedy Inspirational

4  

Sahadev Behera

Tragedy Inspirational

ବିଧବା ର ଦୁଃଖ

ବିଧବା ର ଦୁଃଖ

1 min
343


ବିଧବା ନାରୀର  ଦୁଃଖ କେ ବୁଝିବ

   ନିଜେ ଲହୁ ଲୁହ ପିଏ 

ସ୍ବାମୀ ଗଲେ ଚାଲି  ଦୁନିଆ ତାହାକୁ 

    ବିଧବା ବେଶ ସଜାଏ ll 


ପତି ତା ଜୀବନ ପତି ତା ଈଶ୍ବର 

   ପତିବ୍ରତା ସ୍ବାଧୀ ନାରୀ 

ପତି ପ୍ରାଣେ ଭକ୍ତି  ଆଦରେ ସେ ନିତି 

   ପତି ତା ଅଟେ ସବୁରି ll 


କୂଳ ବଧୂ ହୋଇ  ସିନ୍ଦୂର ଲଗାଇ 

    ମଙ୍ଗଳସୂତ୍ର ପକାଏ 

ବାର ମାସେ ତେର ଓଷା ବ୍ରତ କରି 

   ମଙ୍ଗଳ ମନାସି ଥାଏ ll 


ଲିଭିଲେ ସିନ୍ଦୂର  ଦୁନିଆ ଆଖିରେ 

   ହୁଏ ସେ ବିଧବା ନାରୀ 

କିଏ କେତେ କଥା  କହେ ତା ଆଗରେ 

   ସହଇ ପଥର ପରି ll 


ଦୁନିଆର ଏହି ବିଚିତ୍ର ନିୟମ

   ଗଢିଛି କି ସତେ ବିହି 

କେବେ ତା ମନର ଦୂଃଖ ଦୂରହେବ 

   ନିୟମ ଯିବ ଲିଭେଇ ll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy