ନୂଆ ନୂଆ ଲାଗେ
ନୂଆ ନୂଆ ଲାଗେ
ତୁମେ ଯେତେବେଳେ ଆସିଗଲ ସ୍ମୃତି
ମୋତେ ଲାଗେ ନୂଆ ନୂଆ
ଅନେକ ଦିନରୁ ବାହାରିଲା ସତେ
ପାଉଁଶ ତଳରୁୁ ଧୂଆଁ ।
ଧୂଆଁ ନୁହେଁ ସେତ ପ୍ରୀତି କୁହୁୁୁୁଳିିିକା
ଘେରି ଯାଏ ତନୁ ମନ
ଆପଣା ସ୍ବାର୍ଥରୁ ବିଚ୍ୟୁତ ହୋଇ ମୁଁ
ଭାବନାରେ ଯାଏ ଦିନ ।
ତୁମେ ଚଖାଇଲ ପ୍ରୀତି ମଧୁ ସ୍ବାଦ
ଭୁଲିବିନି କେବେ ସାଥୀ
ତୁମ ଆଖିରେ ମୁଁ ଦୁୁୁନିଆଁ ଦେଖିଲି
ଚନ୍ଦ୍ର ତାରା ରଖି ସାକ୍ଷୀ ।
ଶୀତର ପରଶ ଅମୃତ ପିିିିୟୂଷ
ଉତ୍ତାପେ ଶିିିତଳ ବର୍ଷା
ଅଭିିିମାନ ତୁମ ନିଝୁମ ଶ୍ରାବଣ
ମନରୁ ଲଭାଏ ତୃଷା ।
ନିଶି ଅନ୍ଧକାରେ ଉଜ୍ଜଳିତ ଇନ୍ଦୁ
ତୁମ ପାଇଁ ହାତେ ପାଏ
କେତେ ସୁଖ ମୋତେ ଉପହାରେ ଦେଲ
ପଡ଼ିଛି ତୁମରି ମୋହେ ।
ନିଷ୍କଳଙ୍କ କରି ଗଢି ଦେଲ ଭାଗ୍ୟ
ଖଂଜିଣ ବିିଶ୍ଵାସ ଧନ
ତୁମେ ସ୍ମୃତି ପରୀ ତନ୍ଦ୍ରା ଅପସରୀ
ଜିତି ଗଲ ମୋର ମନ ।

