STORYMIRROR

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

କହ୍ନେଇ ର ଜନମ ଦିନ

କହ୍ନେଇ ର ଜନମ ଦିନ

1 min
173

ଆଜି କହ୍ନେଇର ଜନମ ଦିନ

ହୁଏ ସବୁଠି ଉତ୍ସବ ପାଳନ । 


ଆମ ଭାରତୀୟ ସଂସ୍କୃତିରେ ଏ

ପ୍ରଚଳିତ ପରମ୍ପରା ସଦ୍ଭାବେ ।


ପ୍ରତି ଭାରତୀୟ ମନ ପ୍ରାଣକୁ

ଜାଗରିତ ରଖେ ଧର୍ମ ଭାବକୁ ।


ସଞ୍ଚରି ଅନ୍ତରେ ଦିଏ ଯେ ନିତ୍ୟେ

ପ୍ରେରଣା ଆହ୍ୱାନ ସେ ଅବିରତେ ।


ସଭ୍ୟତା ସଂସ୍କୃତି ଚେତନା ଧାରା

ଧର୍ମ, ଦର୍ଶନ , ଓ ସୁଉପାସନା ।


ଆଧ୍ୟାତ୍ମ୍ୟ ଜ୍ଞାନ ଓ ଅଭିଜ୍ଞତାକୁ

ଭିତ୍ତି କରି ପାଳି ସର୍ବେ ଯାହାକୁ ।


କୃଷ୍ଣ ଲୀଳା ରାସ ଉତ୍ସବ ରସ

ମନ୍ଦିରେ ପାଳନ କରନ୍ତି ଜାତ ।


ମଉଛବ କେତେ ହୁଏ ଏ ଦିନ

ହୁଏ ସଭିଙ୍କର ଆନନ୍ଦ ମନ ।


କେତେ କୀର୍ତ୍ତନ ଓ ଭଜନ ଗାନ

ହରେ ରାମ ହରେ ରାମ କିଶିନ । 


ଗାଇ ଗାଇ ଭକ୍ତ ଜନେ ନାଚନ୍ତି

ହରନ୍ତି ହରଷେ ,ଆମୋଦ ମାତି ।


ଆଜି କହ୍ନେଇର ଜନମ ଦିନ

ଉତ୍ସବ ପାଳନ ଆନନ୍ଦ ମନ ।



Rate this content
Log in

Similar oriya poem from Abstract