STORYMIRROR

Jagannath Das

Romance

3  

Jagannath Das

Romance

ପ୍ରଣୟ ବଲ୍ଲଭୀ

ପ୍ରଣୟ ବଲ୍ଲଭୀ

1 min
203


ଏହି ସେ ମଣିଷ ର ଜାତି

ବିସ୍ତାରିଛି କାୟା,

କାୟା ରୁ ଛାୟା ର 

ବୟସ ପରିବୃଦ୍ଧି ରୁ

ଉତ୍ପନ୍ନ ହୁଏ ଯୌବନ

 ଏବେ ଅଟେ ଦୃଶ୍ୟ ମାନ ଯାହା

ଆମରି ଦୃଷ୍ଟି ପାତେ

ସଂସାର ର ନିୟମ ଏଯେ

ସେ ଖୋଜିଥାଏ "ବଲ୍ଲଭୀ "

ପାଇଗଲା ପରେ ହୋଇଯାଏ ପ୍ରେମ

ଛକା ପଞ୍ଜା ର ଖେଳ ଭିତରେ 

ପ୍ରେମ ପାଚିଯାଏ

ତାପରେ ସୃଷ୍ଟି ହୋଇ ଦେଖିଥାଏ 

ସ୍ବପନ, ନିଦ୍ରିତରେ ଗାଇଥାଏ


(ଜୀବନେ ସୁଯୋଗ ଘଟନ୍ତା ପ୍ରିୟା

ପାଖେ ପାଖେ ଦୁହେଁ ହୁଅନ୍ତେଠିଆ,

କଜଳ ଉଜ୍ୱଳ କବରୀ ଦେହେ

ଅଶୋକ କଳିକା ଖୋସନ୍ତି ସ୍ନେହେ,)


ହଠାତ ହୋଇଯାଏ ଜାଗ୍ରତ

ଦବସରେ ଦେଇଥାଏ

ତାର ଇପ୍ସିତ ମାନସୀ କୁ

ପ୍ରେମ ର ସଂକେତ


(ପ୍ରିୟେ ପ୍ରିୟେ ପ୍ରିୟେ )

ପ୍ରଥମେ ଯାହା ଜୀବନେ ଲଭେ

ତାହା କୁ କିଏ ଭୁଲେ କି କେବେ

ହୃଦୟ ତଳ ସ୍ମୁରତି ଦୀପ ନୀଈତି ଜାଗି ରହେ )


ତତ୍ପରେ ପ୍ରେମିକା ଟି

ନିର୍ବିଚାର ରେ ଦଉଡି ଆସିଥାଏ

ତାପରେ ଉଭ ୟେ କରନ୍ତି

ନାମ କରଣ


"(ତମକୁ ଡାକିବି ଏବେ ମୁଁ "ଡାର୍ଲିଂଗ" ବୋଲି

ସେକୁହେ ତମକୁ" ଧନ "ବୋଲି

ଏବେ ଠୁ ମୁଁ ଡାକିଲି )


ନାମ କରଣ ପରେ

ଦ୍ୱୟଂକର ଥରି ଉଠେ ଓ଼ଷ୍ଠ

ଲାଗିପଡ଼ ନ୍ତି ଦେବାରେ

  "ଚୁମ୍ବନ "

*(ଦୁଇଟି ଅଧର ଥରି ଉଠି ବାରେ

ଗୋପନେ ଯେ ଭାବ ଫୁଟେ

ଉଷ୍ମତା ଲିପି ଲେଖି ତା ଅଧରେ

ଚୁମ୍ବନ ରୂପେ ଫୁଟେ )


ଚୁମ୍ବନ ରୁ ସୃଷ୍ଟି ହୁଏ 

ପ୍ରଣୟ.......


ତତ୍ପରେ ବଲ୍ଲଭୀ ତାର

ମନେ ମନେ ଗୁଣୁ ଗୁଣୁ ହୋଇ 

ନିଜ ଭାବନାରେ ଗାଇ ଥାଏ


"ଏ ଯେ ସାଧନା ଗୋ ମରଣୁ ବଡ ଅତି

ପ୍ରଣୟ ପାଇଁ ଆହା ଝରାଇ ଦେବା ଛାତି

ପ୍ରଣୟ କି ଲୋଡ଼େ କେବେ ସମ୍ପତ୍ତି କୋଳ ମାନ

ପ୍ରେମର ନାହିଁ ସଖା ବାସ୍ତବ ଧନ ଜ୍ଞାନ

ହୃଦୟ ବୁଝେ ଖାଲି ପ୍ରେମର ରଶ ଗନ୍ଧ

ଆନ ତା ପ୍ରେମ ପାଖେ ପାଲଟେ ମହା ଅନ୍ଧ "


ତରାଜୁ ର ଦୁଇ ପାର୍ଶେ ରଖି

ତଉଲନ୍ତି ନିଜର ସର୍ବ କର୍ମମାନ

ପ୍ରଣୟ ବଲ୍ଲଭୀ ର 

ଏଇତ ପ୍ରେମ ର ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance