STORYMIRROR

suvendu Meher

Romance

3  

suvendu Meher

Romance

ରଜନୀ ରାଣୀ

ରଜନୀ ରାଣୀ

1 min
203

ମଳୟର ମହୁଲି ନିଶାରେ

ମୁଠା ମୁଠା ମଲ୍ଲୀ ଫୁଲର ତୋଫା ଶେଯରେ

ଅଲିଅଳି "ରଜନୀ ରାଣୀ" ସ୍ୱପ୍ନ ଦେଖୁଥିଲା ।


ପ୍ରୀତି ଆଉ ସୁଧାର ମିଳନ....!

ଚଇତାଳିର ଉଚ୍ଚାଟ ଆବେଗରେ

ପଳାସ ଫୁଲରେ ଲାଗିଥିଲା ବୟସର ନିଆଁ ।


ଯେମିତି ନିଆରା ବୈଶାଖର ଝାଞ୍ଜି ଖରା

ଏତେ ରାଣ ଦେଇଥିଲି 

ଥରଟିଏ ଆସିବାକୁ ମୋ ମନର ଯମୁନା କୂଳକୁ 

ଚାହିଁ ଚାହିଁ ଦିନ ହେଲା ରାତି ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance