Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Romance

3  

Jagannath Das

Romance

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
174


ବରଷା ସରିଛି 

ପାଣି ବୁଡି ଅଛି

କାଗଜ ଡ଼ଙ୍ଗା, ଭାସି ଯା ।


ମୋହର ପରାଣ

ଆକୁଳି ଉଠିଛି

ଚାରି ଆଡେ ତୁ ବୁଲିଆ ।


କେତେ ଭରସାରେ

ଭସାଉ ଅଛି ମୁଁ

ବାଟେ ବାଟ ଦେଖିଯା ।


ଅବାଟେ ଭାସିଲେ

ଚିରି ହୋଇ ଯିବୁ 

ଅନାଇଛି ପା ପ୍ରିୟା ।


କାଗଜ ଡ଼ଙ୍ଗା ମୋ

କେତେ ସଉଖିନ

ଆସ୍ତେ କରି ଭାସି ଯା ।


ତୋତେ ନ ପାଇଲେ

ମନ ଦୁଃଖ ହେବ

ରାଗି ଯିବ ମୋ ପ୍ରିୟା ।


ପ୍ରତିକୁଳ ସ୍ରୋତେ

ଆସି ପାରିବୁକି

ଫେରି ପଛେ ତୁ ନ, ଆ ।


ପ୍ରିୟା ମୋ ବସିଛି

ଜଗି କରି ତତେ

ମୋ ସ୍ପର୍ଶ ତୁ ନେଇ ଯା ।


କାଗଜ ଡ଼ଙ୍ଗା ତୋ

ହୃଦୟ ନରମ

ଆସ୍ତେ ଭାସି ଭାସି ଯା ।


ଠିକଣା ଜାଗାରେ

ପହଞ୍ଚି ଯାଇ ତୁ

ମନ କଥା କହି ଯା ।


Rate this content
Log in

Similar oriya poem from Romance