ସପନେ ଯୌବନ
ସପନେ ଯୌବନ
ରାତ୍ରି ର ପୁଲୀନେ ,ଯୈାବନ ପୁର୍ଣ୍ଣ ,
ସପନେ ଆସିବାପରେ,
ମୁଁ କହିଚାଲେ
"ମିଛ କିଛି ଦୁନିଆରେ,
ଲୁଚି ରହେନି
କେମିତି ଭାବୁଛ ତୁମେ,
ମୁଁ ତୁମକୁ ଅଦୈା ସତ କହୁନି ।
ସେ ଦିନ ହେ ,ଯାହା ତୁମ କୁଂଜେ
ବାସର ରଚିଲ
ବାସନ୍ତୀର ମଧୁଲଗ୍ନେ,
ହୃଦୟର ଅର୍ଘ୍ୟ ଭରି
ତୁମ ପୁରେ ତୁମେ,
ଦୀପକ ଜାଳିଲ ।
ପୁଷ୍ପ ତଳ୍ପେ,ଜ୍ୟୋସ୍ନା ରାସେ,
ମଳୟର ମୃଦୁଳ ହିଲ୍ଲୋଳେ
ମୋ "ସ୍ମୃତି ଶଂଖାଳି"
କଲ ମୋତେ ଅଂଗୀକାର,
ରଜନୀର ନିଘଂଚ ନିରୋଳେ,
ପ୍ରେମ କବିତା ମୁ
କେତେ ରଚିଲି ।
ସେଦିନ ମୁ ଆଂକିଥିଲି
ସତରେ ତୁମ ନାମ "ଅନାମିକା"
ଅଳସି ନାୟିକା ତ ତମେ,
କେବେ ସ୍ବଚକ୍ଷୁରେ ପାଇନି ଦେଖା ।
ଯୈାବନର ତାଡନାରେ ଉଠେ
ମ ମ ହୃଦେ ତୀବ୍ର ବିଦହନ
ତବ ହୃଦେ କିଆଁ ବ୍ୟଥା ତ ଲାଗୁନି
ଖରାପ ଅଛିକି ତୁମ୍ଭ କର୍ଣ ।
ଏ ଶରୀର ର ଅଧିକାରି ମୁହିଁ
ପୁଣି ତାର ଅନୁଗତ,
ଚାଲେନି ଶତ ତ ତୁମ ବିନା ।
ଏ ଦେହରେ
ସବୁ କ୍ଷୁଧା,ସବୁତୃଷ୍ଣା
ମୋ ପାଶେ ଜୀବନ୍ତ ସତ
ତୁମର ଅଶାନ୍ତ ଚିତ୍ତ
ଜଣା ପଡେନି ସିନା ।
ନିଷ୍ଠୁର ଲାଂଛନା,
ଦୁନିୟାରନିର୍ଯାତନା ,
ପ୍ରାଣେତରଂଗ ଉଠଇ ।
ଜୀବନର ରିକ୍ତ ବ୍ୟଥା
ଆଜି ହୁଏ ଛଟ ପଟ
ପ୍ରଣୟ କାତର ବ୍ୟଥା
ମୋତେ ଆକର୍ଶଇ ।
ଜୀବନର ଯୈାବନପ୍ରାରମ୍ଭରୁ
ସପନେ କାଟୁଅଛି ତମ ସାଥେ
କାହୁଁ କେତେଦିନ ।
ରାତି ପାହିଲେ,
ସକାଳ ହେଲେ
ନିଷ୍ପ୍ରଭତା,ପରାଜୟେ
ନିଅତ ମେଲାଣି
ଅବସାଦେ ଭରିଯାଏ
ମୋ ଜୀବନ ଯୈାବନ ।
ନିଶ୍ଚଳତାରୁ ତୀବ୍ର ଅସ୍ଥିରତା
ସୃଷ୍ଟିହୁଏ
ଜିହ୍ବା ମ ମ ପରୁନାହିଁ କହି
ପାଷାଣକୁ ବକ୍ଷେ ଚାପି
କେତେକ୍ଷଣ ପାରିବି ବା ରହି
ହୃଦ ତାପିତରେ ହୁଏ ଦହି ।
ବୁକୁ ତଳେଥିବା
ଦୀପ୍ତଶତ ଆଶା
ଦୀର୍ଘଶ୍ବାସ ହୋଇ ମିଳାଇ ଯାଏ ।
ତରଳି ଯାଉଛି ତ
ଦରଦୀହୃଦୟ ତବ
ଯୁବତି ଯୁତ ଯୈାବନ
ଆନଂଦ ଦିଏ ।
ଯୈାବନର ଦଗ୍ଧ ଅଣଚାଶ
ଯେବେ ହୁଏ ବାତ୍ୟାଠୁ
ଅତିବ ପ୍ରଖର ।
ଜଳ ବିହୁନେ ମିନ
ଯେମନ୍ତ କାଟଇ ପ୍ରାଣ
ଯୈାବନର ଝଂଜାଟା
କେତେବେଳେ ନୁହେଁ କାହାର।
ଯୈାବନ ଟା ନୁହେଁ ସ୍ବପ୍ନ
ନିଦ୍ରାପରେ ଆସେ ,ହୋଇ ଉତ୍ଫୁଲ୍ଲନ
ଠିକ୍ ସମୟରେ,
ଜୀବନ କୁ କରେ ,ବାରମ୍ବାର -ଅସ୍ଥିର ।
ଦୃଶ୍ୟବତ୍ ସପନର ଯୁବତୀ,
ଆସଇ ନକରି ଆଶଂକା
ନିତି ଅନିତି ଧର୍ମ ଅଧର୍ମ ସବୁତ ଜାଣିଛି
ସ୍ବପ୍ନେ ଅନନ୍ଦୋଛ୍ବାସରେ
ଭରା ତୃପ୍ତିର ।