STORYMIRROR

Jagannath Das

Romance

3  

Jagannath Das

Romance

((ପ୍ରେମିକାକୁ ପଦେ))

((ପ୍ରେମିକାକୁ ପଦେ))

1 min
132


ତୁମ ପାଇଁ ତବ ପ୍ରେମିକ ସାଜିଛି

 ହୃଦୟେ ପ୍ରେମର ପୁଷ୍ପ-ଦୋଳି

ରଖୁନ କାହିଁକି ଅନୁରୋଧ ମମ

ଗର୍ଜିଲାଣିଝଂଜା ହୃଦେ,ନିନାଦ-

ଦମ୍ଭୋଳୀ

ମୁହିଁ ସିନାଦେଖେ,ଶୟନେ ସ୍ବପନେ

ସୁନ୍ଦରୀ ମାଧୁ୍ରୀ ମନଲୋଭା,

ତୁମପାଇଁ ତୁମ କାମୁକ ସାଜିଛି

ତେବେ କାହିଁକି ତବ ଲୋତକାର୍ଦ୍ର ମୁଖ ମ୍ଳାନ ଆଭା

ତୁମ ପାଇଁ ସଜାତୁଳିକାର ଶେଯ

ଫୁଲ ଆସ୍ତରଣ ତଥିପର,

ଚାଲିଆସ ପ୍ରିୟେ ନକରି ବିଳମ୍ବ

ଉଛନ୍ନ ହୁଅଇ ମନ ମୋର

ମୋର କାନେ ସିନା ବାଜେ ଅହରହ

ନୂପୁର-ନିକ୍ବଣ ପାଦ ତୁମ୍ଭର,

ଶୁଭିବାରେ ମୋର କଂପିତ ଦେହ

ପାରିବିକି ଲଂଘି ଏବେ ପ୍ରେମପାରାବାର

ଆଷାଢ ନିଶୀଥେ ଝଂଜା ବଜ୍ରପାତେ

ହୃଦେ ମମ ଜାଗେ ପ୍ରିୟା -ସ୍ମୃତି

ନାରୀ ହୋଇ ତବ କଠିନ ହୃଦୟ

ବ୍ୟବହାରେ ନାହିଁ ସ୍ନେହ ପ୍ରୀତି

ରୈାଦ୍ର ମଧ୍ୟାହ୍ନେ ତପନ କିରଣେ

ମୁହିଁ ଡାକେ ସଖି ଆସ ଆସ

ମୋର ହସ୍ତେ ତୁମ୍ଭ ହସ୍ତ ଛନ୍ଦି ରଖି

ରଚ ଏଠିତୁମ୍ଭେ ପ୍ରେମବାସ

ଉଲ୍କା ଖସୁ ବାତ୍ୟା ବି ହଉ

ହସୁପଛେ ଆଗ୍ନେୟ ଗର୍ଭ ଗିରି

ମୋ ପାଇଁ ନୁହେଁ ଅଶାନ୍ତି-ନିଳୟ

ଉପସ୍ଥିତେ ତବ,ହେବ ଏହା ତେବେ

ଆନ ନ୍ଦ- ପୁରୀ

ଜୀବନର ରିକ୍ତ ବ୍ୟଥା ତବ କାହିଁକି ହୁଅଇ ଛଟପଟ

ପ୍ରେମେ ସିକ୍ତକର ହୃଦୟ କୁ ତବ

ବଜାଅ ,ପ୍ରେମର ସଂଗୀତ ଚଟାପଟ

ନିଷ୍ପ୍ରଭତା,ପରାଜୟ ସବୁ ନେଇଯିବ

ତବ ,ହୃଦୁ ମେଲାଣି

ପ୍ରେମ ସମ୍ମୋହନ ମନ୍ତ୍ର ପଢେକିଏ

ମୋର ମନ ସଦା ତୁମକୁ ହୁଅଇ ଗୁଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance