STORYMIRROR

Jagannath Das

Romance

3  

Jagannath Das

Romance

ଲୋକହସା

ଲୋକହସା

1 min
130

ନିଃସ୍ୱ ଅଥବା ସମ୍ବଳହୀନ

କୁହନା ହେ ମୋତେ କୁହନା

ଦିଗ ଦିଗନ୍ତରେ କରିକି ପ୍ରଚାର

ଲୋକହସା ମୋତେ କରନା......


ଗ୍ରାମେ ଅଛି ମୋର ବିହାର ବାଟିକା

ଶ୍ୟାମ ତରୁଲତା ଶୋଭିତା

ଘର ନାହିଁ ବୋଲି କିମ୍ପା କହୁଅଛ

କରୁଅଛ ତୁମେ ମୂର୍ଖତା...


ଅୟୁତ କୁସୁମ ସୁଷମାରେ ତୋରା

ଅୟୁତ ବିହଗ କୁଜିତା

ଘର ଅଗଣା ମୋ ଦିଶଇ ଶୋଭିତା

ଦେଖିଯାଅ ଥରେ ବନିତା......


ଲୋକହସା ମୋତେ କର ନାହିଁ କିଛି

ସବୁ ମୋ ପାଖରେ ଅଛି

ରୂପସୀ ତମେ ମୋ ଚାଲି ଆସ ପାଶେ

ମନେ ଭାବ ନାହିଁ କିଛି....


ମୁହିଁ ଅଟେ ନାବିକ ସ୍ୱର୍ଣ୍ଣ ବଣିକ

ରତ୍ନକୁ କରନି କଳନା

ଆଜି ଜଗତେ କେ କହିବ ମୋତେ

ଦରିଦ୍ର ତ ମୋର ବାହାନା......


ତୁମ୍ଭେ ଧନୀକ ଦୁଲାଳୀ ରୁପସୀ ତ

କରୁଛ କେତେ ହେଁ ଭାବନା

ଲୋକହସା ମୋତେ କରି ସାରିଲଣି

କିଆଁ ଏତେ ତମେ ବିମନା...


ଧନୀର ପୁଅକୁ ଗରିବ ସଜେଇ

କଣ ବା ପାଇଲ କୁହ

ଷଡ଼ ଋତୁ ଆସି ଚାଲି ଯାଉ ଅଛି

ମିଥ୍ୟା ଅଭିଯାନେ ରୁହ....


କରନା କରନା ଲୋକହସା କେବେ

ନିଜକୁ ଭାବି କି ଧନୀ

ସୂକ୍ତି ପ୍ରସବେ ମୁକ୍ତା କା ଲାଗି

ପ୍ରବାଳ ବିତଳେ ପୁଣି.....


ଯଦି ଚାହୁଁ ଅଛ ମୋର କର ଧରି

ବିତାଇ ପାର ଏ ଜୀବନ

ଲୋକ ହସା କଲେ କିଛି ପାଇବନି

ତୁଳନା ନ କର ଧନ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance