ତୁମେ ଗଲାପରେ
ତୁମେ ଗଲାପରେ
ତୁମେ ଗଲାପରେ ଆଖି କାଇଁ ଭିଜେ
ତୁମରି ସ୍ମୃତିର
ମନେପଡେ ତୁମ ପାଉଁଜିର ଶବ୍ଦ
ଛମଛମ ତୁମ ପାଦର I
ସାଥେ ଯେବେ ଥିଲ କହି ପାରିଲିନି
ମୁଁ କେତେ ଭଲପାଏ
ତୁମେ ଗଲାପରେ, ତୁମ ଅପେକ୍ଷାରେ
ହୃଦୟେ ତୁମକୁ ସଜାୟେ I
ଯଉଁଠି ବି ଥାଅ ସଦା ହସୁଥାଅ
କାନ୍ଦିବନି ଆଉ ଜମା
ତୁମକୁ ମୁଁ ଛାଡ଼ି କେବେ ରହିନାହିଁ
ଆସୁଛି ଗୋ ପ୍ରିୟତମା I

