STORYMIRROR

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ମନେ ପଡେ ମନ କଥା

ମନେ ପଡେ ମନ କଥା

1 min
133


ଆକଳନ ସ୍ମୃତି ଅନୁଭୂତି ରାଶି

ଭାବ ଉନ୍ମାଦନା କେତେ

ରୋମାଞ୍ଚ ସ୍ପନ୍ଦନ ଆହ୍ବାନ ପ୍ରେରଣା

ମିଳିଥିଲା କିଛି ମୋତେ ।


ଆଶ୍ଚର୍ଯ୍ୟ ଚକିତ କରି ଅବିରତ

ଗାଳି ଗୁଲଜ ଓ ଅନ୍ୟ

ବ୍ୟଥା,ମନସ୍କାମ ପୀଡ଼ା ରେ ଜୀବନ

ଅତିବାହିତ ଅପୂର୍ଣ୍ଣ ।


ଆଶା ମରୀଚିକା ଶଙ୍କା ଓ ଆଶଙ୍କା

ଭୌତିକ ଶକ୍ତିର ଗୁଣ

ଇନ୍ଦ୍ର ଜାଲ ପରି ମହଲ ସେ ଗଢି

ଅତୀତ ଭାବନା ମାନ ।


ବର୍ତ୍ତମାନ ଏବେ ବଢେ ସ୍ମୃତି ଭାବେ

ଜଡ଼ିତ ଅଦ୍ଭୂତ ତର

କଳ୍ପନା ଚିତ୍ରିତ ଚିତ୍ର ଆଙ୍କିରତ

ଖେଳେ ମନେ ନିରନ୍ତର ।


Rate this content
Log in

Similar oriya poem from Abstract