STORYMIRROR

Jagannath Das

Romance

3  

Jagannath Das

Romance

ପ୍ରେମିକା

ପ୍ରେମିକା

1 min
113


କହି ପାରିବ କି ସତେ

କାହାର ଭୁଜବଲ୍ଲୀ ଆଲିଙ୍ଗନେ

ଆକୁଳିତ ମୋର ମନ ପ୍ରାଣ ----

 

ମଦାଳସାର ଅଧରରୁ ଝରେ

ହସର ଝରଣା

 ମଧୁର ମଦିରା ହୃଦପୂର୍ଣ୍ଣ----


କରେ ମୋତେ ଏତେ ଅତୀବ ବିହ୍ୱଳ

କଥାରେ ନଥାଏ କଷଣ..

ରାଜହଂସୀ ଭଳି ଚାଲିରେ ପୁଷ୍ପଗୁଛ ବିଛା ବାଲିରେ

ଆସେ କେତେ ଆକର୍ଷଣ------


ଜୀବନର ମରୁକୋଳେ ଯେମିତି

ଖେଳେ ମନ୍ଦାକିନୀ

      ସ୍ରୋତସ୍ୱନେ

ସ୍ୱପ୍ନରେ ଆସି ମଦାଳସି

ମୋ ପ୍ରେୟସୀ

କିଛି କୁହ କର୍ଣ୍ଣେ--------


ବୃନ୍ତାସନେ ବସ ଆସି 

ପ୍ରଷ୍ଫୁଟିତ କଳି ଭଳି

ଅତି ଉଚ୍ଛନ୍ନେ..

କିଶୋରୀ ପରି ଦିଶ

ମୁଖେ ସର୍ବଦା ହସ

ଅତି ଉଲ୍ଲସିତେ କମ୍ପେ ଯୋୗବନେ----


ଅନିମେଷ ନେତ୍ର ତବ ଗଗନବଦନ 

ସୃଷ୍ଟି କରେ ମନେ ଉଦବେଳନ..

ତୁମେ ମୋ ରୂପସୀ ମୋହିନୀ

ହୃଦୟର ରାଣୀ ପ୍ରେୟସୀ ପ୍ରେମିକା

ହୃଦୟରୁ ଯନ୍ତ୍ରଣା କରିବ କି ପ୍ରଶମନ---------



Rate this content
Log in

Similar oriya poem from Romance