STORYMIRROR

Rajesh Pujari

Romance

3  

Rajesh Pujari

Romance

ଏଇ ରାତିଟା କେବଳ

ଏଇ ରାତିଟା କେବଳ

1 min
27.5K


ଆସୁନ..

ଏଇ ରାତିଟା କେବଳ

ତା'ପରେ

ତୁମ ମୋ ଭିତରେ

ଅପହଞ୍ଚ ଦୂରତା

ଦୀପ ତଳ ଯେମିତି ଅନ୍ଧକାରେ।

ମୁଁ ସେମିତି ଥାଇ ବି କିଛି

ପାରିବିନି କରି

କିଂକର୍ତ୍ତବ୍ୟେ ଟୁକ୍ ଟୁକ୍ ଚାହାଁଚାହିଁ

ଅଚିହ୍ନା ଅଜଣା ପରି

ଉଭୟ ବଢ଼େଇବା ହାତ

ହେଲେ ପୁଣି ନେବା ଅପସାରି।

ଜଗିଅଛି ପ୍ରତ୍ୟହ ପ୍ରାୟେ

ତୁମ ଘର ପଛ ଆମ୍ବବଣେ ପ୍ରିୟେ

ଯେଉଁଠାରେ

ଅନ୍ତର୍ବେଦନା ଯେତେର ଭାଗବଣ୍ଟା କରି

ହାଓ୍ୱା ପରି ଉଶ୍ଵାସ ହେଲା ପରେ

ତମ ଲାଜଲାଜ ହରିଣୀ ଆଖିରେ

ସଫା ବାରି ହୁଏ

ନଦୀଟେ ସମୁଦ୍ରକୁ କୁଦି ପଡ଼ିବାର ବ୍ୟାକୁଳତା

ଯାହା ମୋ ମନରେ ଆଙ୍କି ଦିଏ

ସ୍ଵପ୍ନ ଓ ଅଭୀପ୍ସାର ଫେଣ୍ଟାଫେଣ୍ଟି ନକ୍ସାଟିଏ।

ଆସୁନ...

ଖେଳିବା-ବୁଲିବା

ହଜିବା-ଖୋଜିବା

ହସିବା-କାନ୍ଦିବା

ବିରଖତେଇ ଯିବା ଯାଏ

ଭୋର୍ ହେବା ଯାଏ।

କାହିଁକି ନା...

ସକାଳ ମୁରୁକି ହସିଲା କ୍ଷଣି

ତମେ ଆଉ ନଥିବ ତୁମେ ହୋଇ

ହୋଇ ସାରିଥିବ ଅନ୍ୟ ଏକ କୁଞ୍ଜବନ ରାଇ

ହେଲେ ବଂଶୀ ଶୁଭିବନି କି'

ନୂପୁର ଛିଡ଼ିବ ନାହିଁ।

କୁଶମେଲ, ଝାରସୁଗୁଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance