STORYMIRROR

Mamatamanjari Das

Romance

4  

Mamatamanjari Das

Romance

କହୁଥିବ ଚୁପି ଚୁପି

କହୁଥିବ ଚୁପି ଚୁପି

1 min
295


ଫୁଲର ଓଠରେ ଋତୁ ହସୁଥିବ

ରାତି ବଢୁଥିବ ଧୀରେ,

ପାଦ ଚିପି ଚିପି ଆସୁଥିବ ସଖୀ

ନିଶବ୍ଦ ରାତିର ତୀରେ।


ଦକ୍ଷିଣା ପବନ ଦେହେ ବାଜୁଥିବ

ଶିହରିତ ତନୁ ମନ

ମେଘ ସେପାରିର ବଉଦ ଭିତରୁ

ଦିଶୁଥିବ ରୂପାଜହ୍ନ।


ଝରି ପଡୁଥିବ ପତର ଅଗର

ପ୍ରୀତିର କାକର ଟୋପି,

ଦୁହେଁ ମନ ଭରି ପ୍ରେମପକ୍ଷୀ ପରି

ଆମେ ଗପୁଥିବା ଚୁପି ଚୁପି ।


ତୁମ ମନ ସହ ମୋ ମନ ମିଶିବ

ଅନ୍ଧାର ର ଆଢୁଆଳେ

ପ୍ରେମର ପିୟୁଷ କରୁଥିବା ପାନ

ମୁଁ ଶୋଇଥିବି ତୁମ କୋଳେ ।


ତୁମ ହାତର କାଉଁରୀ ଛୁଆରେ

ଭରୁଥିବ ପ୍ରେମ ନିଶା

ହୃଦୟର ପ୍ରତି କୋଣେ ଅନୁକୋଣେ

ତୁମରି ପ୍ରୀତିର ବାସ୍ନା ।


କହୁଥିବ କାନେ ଚୁପି ଚୁପି ମୋର

ଦେଇ ପ୍ରୀତିର ଚୁମ୍ବନ

ଏହି ଜନ୍ମ ନୁହେଁ ସାତ ଜନ୍ମ ପାଇଁ

ଦେଲି ତୁମକୁ ମୋ ମନ ।


ଜିଇଁ ରହିବାର ଇଚ୍ଛା ଜାଗୁଥିବ

ଦୁଇ ମନେ ଅଜାଣତେ

ଭଲପାଇବାର ସହକାର ତଳେ

ବସିଥିବା ଆମେ ସାଥେ।


ମିଳନର ଏଇ ମଧୁକ୍ଷଣ ନେଇ

ସାଇତିବା ସରାଗରେ

କା'ଆଗରେ ଯାଇ କହିବାନି କେହି

ରଖିଦେବା ଗୋପନରେ ।

                        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance