ସୋରିଷ
ସୋରିଷ
କି ସୁନ୍ଦର ଦିଶେ ଝଲ ମଲ ହସେ
ସୋରିଷ କ୍ଷେତରେ ଫୁଲ
ପୀତ।ଭ ଆଭାରେ ଜନ ମନ ହରେ
ଫୁଟିଣ ଏ ଶୀତ କାଳେ ।
ତୈଳ ବିଜ ଶସ୍ୟ ଅଟଇ ସୋରିଷ
ପ୍ରଚୁର ଅମଳ ମିଳେ
ନଈ ପଠା ବିଲ ବାଡି କିଆରୀରେ
ଏହି ଗଛ ଚାଷ ହୁଏ ।
ହଳଦୀ ରଙ୍ଗର ଫୁଲ ଫୁଟି ଶୋଭା
ପରିପୂର୍ଣ୍ଣ ଆଭା ବୁଣେ
ଶୀତ କାକରରେ ଆହା କି ରୁଚିରେ
ସୁଦିବ୍ୟ ଆନନ୍ଦ ସୃଜେ ।
ଦିଶୁଥିବା ଫୁଲ ଫଳ ହେଲେ ହୁଏ
ସୋରିଷ ଶସ୍ୟ ଅମଳ
କ୍ଷେତ ବିଲ ବାଡି ପଡିଆ କୋଳରେ
ହୁଏ ଏ ଚାଷ ପ୍ରଚୁର ।
ଖାଦ୍ୟ ପ୍ରସ୍ତୁତିରେ ହୁଏ ଉପଯୋଗ
ସୋରିଷ ତେଲ ସବୁଠି
ଶୀତର ଦାଉରୁ ରକ୍ଷା ପାଇବାକୁ
ସୋରିଷ ତେଲ ମାଖନ୍ତି ।
ନାନା ପ୍ରକାରର ପ୍ରସାଧନ ଦ୍ରବ୍ୟ
ହୁଏ ଏଥିରୁ ପ୍ରସ୍ତୁତ
ସୋରିଷ ତେଲକୁ ଗରମ କରିଣ
ଉଷୁମ ଥିବା ବେଳେ ତ ।
ତହିଁରୁ ଉତ୍ପନ୍ନ ହୁଅଇ ଅନେକ
ପ୍ରକାରର ମୌଉଷଧି
ନିମିଷକ ମଧ୍ୟେ ନାଶି ସେ ପକାଏ
ବହୁ ବିଦ୍ଧ ରୋଗ ବ୍ୟାଧି ।

