STORYMIRROR

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

"କିଏ କହିବ ମୋ ପ୍ରେମ ଠିକଣା"

"କିଏ କହିବ ମୋ ପ୍ରେମ ଠିକଣା"

1 min
394

  ନା ମୋତେ ଜଣା

   ନା ତୁମକୁ ଜଣା

 କିଏ କହିବ ମୋ ପ୍ରେମ ଠିକଣା ?


   ନା ପ୍ରେମ ବୁଝେନା

  ନା ମୋ ପ୍ରେମ ବେଦନା

   ନା ପ୍ରେମିକା ବୁଝେନା

    ମୋ ମନ ହୃଦୟ ଠିକଣା

  କିଏ କହିବ ମୋ ପ୍ରେମ ଠିକଣା ?


   ଭାଙ୍ଗି ଦେଇ ଗଲା

    ସେ ମୋ ପ୍ରେମ ଠିକଣା

  ସ୍ଵାର୍ଥ ଅର୍ଥେ ସେ ହେଲା ଯେ ବଣା

   ପ୍ରେମ ମାନେ ସେ ବୁଝେନା

  ପ୍ରେମିକ ହୃଦୟ ର ବ୍ୟଥା ଜାଣେନା

   କିଏ କହିବ ମୋ ପ୍ରେମ ଠିକଣା ?


   ଜାତି ଧର୍ମ ବର୍ଣ୍ଣ ପାଇଁ

   ସେ ମୋତେ କରେ ଯେ ଘୃଣା

   ବିଧି ବିଧାନ ର କଥା କହି

 ମୋ ଜାତିକୁ ସେ କରେ ଯେ ଘୃଣା

  ସେ ମୋ ବୁଝେନା ମୋ ହୃଦ ବେଦନା

   ତା ପଥକୁ ମୁଁ ଚାହିଁଛି ସିନା

    ସେ ମୋ ହୃଦ୍ ସ୍ପନ୍ଦନ କୁ

      ଜମା ବୁଝେନା

   ସେଇ ମୋ ପ୍ରେରଣା

    ସେ ମୋ ଜୀବନ ଜୀବିକା ର

     ଅଟେ ପରା ପାଉଣା

   ସେ ବୁଝେନା କି ମୁଁ ବୁଝେନା

   ଆମ ଉଭୟ ଙ୍କ ପ୍ରେମ ଠିକଣା ।


   ଭୁଲିବାର ସିନା ସେ କରେ ବାହାନା

    ତା ହୃଦୟ ମୋ ହୃଦୟ

    ବୁଝିଛୁ ଆମେ ଆମ ପ୍ରତାରଣା

   ସେ ମୋ ପାଇଁ ଯୁଗ ଯୁଗର ସାଥୀ

   ମୁଁ ତା ପାଇଁ କେତେ ରଖେ ପୀରତି

    ନିତି ନିତି ମୁଁ ତା ପାଇଁ ମରେ

   ମୋ ପାଇଁ ସେ ଅହରହ ଝୁରେ

   ସେ କି ବୁଝିବ ନା ମୁଁ କି ବୁଝିବି

   ଆମ ଉଭୟ ଙ୍କ ପ୍ରେମ ଠିକଣା ?

    

    ତା ପାଇଁ ମୁଁ ମରୁଛି ସିନା

     ମୋ ପାଇଁ ସେ ଝୁରୁଛି କି ନା

   ନା ମୁଁ ଜାଣିଛି ନା ସେ ଜାଣିଛି

   ସେହି ଭାଗ୍ୟ ଭଗବାନ

   ଜାଣିଥିବେ କାଳେ

   ଆମ ପ୍ରେମ ଆମ ପରିଣୟ

   ବୁଝିଥିବେ କାଳେ ଆମ

   ପ୍ରେମ ଠିକଣା

    କିଏ କହିବ ମୋ ପ୍ରେମ ଠିକଣା

    ନା ମୋତେ ଜଣା

     ନା ତୁମକୁ ଜଣା

    କିଏ କହିବ ମୋ ପ୍ରେମ ଠିକଣା ?


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract