STORYMIRROR

jagamohan pradhan

Romance

4  

jagamohan pradhan

Romance

ଜହ୍ନରେ ଦିଶୁଛ ତୁମେ

ଜହ୍ନରେ ଦିଶୁଛ ତୁମେ

1 min
340


ଜହ୍ନରେ ଦିଶୁଛ ତୁମେ

ତାରାରେ ଦିଶୁଛ ତୁମେ

ମୋ ସ୍ବପ୍ନ ରାଇଜରେ ତୁମେ,

ତୁମକୁ ନେଇ ମୁଁ ମହଲ ଗଢିଛି

ବୁଲି ଆସିବ କି ଦିନେ।


ଜହ୍ନ ଜ୍ୟୋସ୍ନାରେ ସଜେଇଛି 

ଏଇ ମୋର ମହଲାକୁ,

ତାରାଙ୍କ ରୋଷଣୀ ସାଥିରେ 

ଅପେକ୍ଷା କରିଛି 

ତୁମରି ଆସିବା ବାଟକୁ।


ଫଗୁଣ ଦେଇଛି

ପ୍ରେମ ରଙ୍ଗ ମୋତେ

କେବଳ ତୁମରି ପାଇଁ,

ପ୍ରେମ ରଙ୍ଗ ସାଥେ

ଅପେକ୍ଷା କରିଛି

ତୁମରି ବାଟକୁ ଚାହିଁ।


ତୁମ ପ୍ରତିଛବି ଆଙ୍କି ମୁଁ ଦେଇଛି

ମହଲ କାନ୍ଥରେ ଆଜି,

କେତେ ରଙ୍ଗ ବେରଙ୍ଗର

ଫୁଲ ମୁଁ ଆଣିଛି

କାହିଁ କେତେ ରାଇଜରୁ ଖୋଜି।


କେବେ ଆସିବ ମହଲାକୁ ମୋର

କୁହ ପ୍ରିୟା କେଉଁ ଦିନ ?

ତୁମକୁ ନେଇ ମୁଁ ସ୍ବପ୍ନ ଦେଖୁଛି

ପ୍ରତି ରାତି ପ୍ରତି ଦିନ।


ରାତି ଅପେକ୍ଷା କରିଛି

ଜହ୍ନ ବି ଅପେକ୍ଷା କରିଛି

ଅପେକ୍ଷା କରିଛି ତାରା,

ତୁମେ ଆସିବ କେଉଁ ଦିନ ପ୍ରିୟା

ଏ ମହଲାକୁ ମୋର

ସ୍ବପ୍ନ ହେବ ମୋ ପୁରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance