STORYMIRROR

jagamohan pradhan

Others

3  

jagamohan pradhan

Others

କିଛି କଥା ଥିଲା

କିଛି କଥା ଥିଲା

1 min
131


କିଛି କଥା ଥିଲା ଏ ମନ ଭିତରେ

ମନରେ ହିଁ ମରି ଗଲା,

ତୁମକୁ ନେଇ ମୁଁ ସ୍ବପ୍ନ ଦେଖୁଥିଲି

ସ୍ବପ୍ନ ତକ ଭାଙ୍ଗି ଗଲା।


କିଏ ସେ ଆସିଲା କେଉଁ ରାଇଜରୁ

ତୁମକୁ ସେ ନେଇଗଲା,

ପ୍ରେମର ମନ୍ଦିର ଗଢୁ ଗଢୁ ଆଜି

ମନ ମୋର ଭାଙ୍ଗି ଗଲା।


ଭଙ୍ଗା ମନ ସାଥେ ପ୍ରେମର ମନ୍ଦିର

ଅଧା ମୋର ରହିଗଲା,

ନା କବିତା ଗଳ୍ପ ଆଉ କି ଲେଖିବି

ଭାବନା ମୋ ଭାଙ୍ଗି ଗଲା।


ପ୍ରଥମ ପ୍ରେମର ପ୍ରଥମ କାହାଣୀ

ଅଧା ଆଜି ରହି ଗଲା

ତୁମ ଭାବନାରେ କାଗଜ ଚିରିଲା

କଲମ ବି ଭାଙ୍ଗି ଗଲା।


ତୁମ କବିତା କାହାଣୀ ପଢୁ ପଢ଼ୁ

ସକାଳରୁ ସନ୍ଧ୍ଯା ହେଲା,

ତୁମ ପ୍ରତିଛବି ମନେ ଆଙ୍କୁ ଆଙ୍କୁ 

ରଙ୍ଗ ତୂଳୀ ଭାଙ୍ଗି ଗଲା।


କିଛି କଥା ଥିଲା ବାକି ରହି ଗଲା

ସମୟ ଅବୁଝା ହେଲା,

ସ୍ୱାର୍ଥପର ସାଜି ସମୟ ଆସିଲା

ସବୁ ଭାଙ୍ଗି ଦେଇ ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍