STORYMIRROR

jagamohan pradhan

Others

3  

jagamohan pradhan

Others

କିଛି କଥା ଥିଲା

କିଛି କଥା ଥିଲା

1 min
141

କିଛି କଥା ଥିଲା ଏ ମନ ଭିତରେ

ମନରେ ହିଁ ମରି ଗଲା 

ତୁମ କୁ ନେଇ ମୁଁ ସ୍ୱପ୍ନ ଦେଖୁଥିଲି

ସ୍ୱପ୍ନ ତକ ଭାଙ୍ଗି ଗଲା।


କିଏ ସେ ଆସିଲା କେଉଁ ରାଇଜରୁ

ତୁମକୁ ସେ ନେଇ ଗଲା 

ପ୍ରେମର ମନ୍ଦିର ଗଡୁ ଗଢୁ ଆଜି

ମନ ମୋର ଭାଙ୍ଗି ଗଲା।


ଭଙ୍ଗା ମନ ସାଥେ ପ୍ରେମର ମନ୍ଦିର

ଅଧା ମୋର ରହି ଗଲା 

ନା କବିତା ଗଳ୍ପ ଆଉ କି ଲେଖିବି

ଭାବନା ମୋ ଭାଙ୍ଗି ଗଲା।


ପ୍ରଥମ ପ୍ରେମର ପ୍ରଥମ କାହାଣୀ

ଅଧା ଆଜି ରହି ଗଲା 

ତୁମ ଭାବନାରେ କାଗଜ ଚିରିଲା

କଲମ ବି ଭାଙ୍ଗି ଗଲା।


ତୁମ କବିତା କାହାଣୀ ପଢୁ ପଢ଼ୁ

ସକାଳରୁ ସନ୍ଧ୍ୟା ହେଲା 

ତୁମ ପ୍ରତିଛବି ମନେ ଆଙ୍କୁ ଆଙ୍କୁ 

ରଙ୍ଗ ତୂଳୀ ଭାଙ୍ଗି ଗଲା।


କିଛି କଥା ଥିଲା ବାକି ରହି ଗଲା

ସମୟ ଅବୁଝା ହେଲା 

ସ୍ୱାର୍ଥପର ସାଜି ସମୟ ଆସିଲା

ସବୁ ଭାଙ୍ଗି ଦେଇ ଗଲା।



Rate this content
Log in