Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagamohan pradhan

Inspirational Others

4  

jagamohan pradhan

Inspirational Others

ଜୀବନ ବହି

ଜୀବନ ବହି

1 min
325



ଜୀବନ ବହିରେ

ଏକ ନୂତନ ଅଧ୍ୟାୟର ଆରମ୍ଭ 

ସୁଖ ଆସିବେ ଦୁଃଖ ଆସିବେ

ସମୟର ନିକିତିରେ ତଉଲା ହୋଇ 

ଅଧ୍ୟାୟ ଫର୍ଦ୍ଦରେ ଲେଖା ଯିବ

କେଉଁ ଥିରେ କମ୍ ତ କେଉଁ ଥିରେ ଅଧିକ

କିଛି ଫର୍ଦ୍ଦ ଯନ୍ତ୍ରଣାରେ ହସି ଉଠିବେ ତ

ଆଉ କିଛି ହସି ହସି କାନ୍ଦିବେ

ଏମିତି ତ ଲେଖାହବ ନୂତନ ଅଧ୍ୟାୟର ଆରମ୍ଭ।


ହଁ କିଛି ଫର୍ଦ୍ଦ ପୁରୁଣା ହେବେ

ଆଉ କିଛି ନୂଆ ଭଳି ଚମକି ଉଠିବେ

ଅଧ୍ୟାୟ ଆରମ୍ଭ ହଉ ହଉ 

କେତେବେଳେ କେମିତି ଶେଷ ହେବ

କେଉଁ ଫର୍ଦ୍ଦରେ କିଏ ବା ଜାଣିଛି ?

ହଁ ଅଧ୍ୟାୟ ଶେଷରେ ତଉଲା ହେବେ

ଏ ସମୟର ନିକିତିରେ 

ଏ କଥା ତ ଏ ନୂତନ ଅଧ୍ୟାୟ ଜାଣିଛି।


କେବେ ଅହଂକାର, ସ୍ୱାର୍ଥ, ପାପର ଭାର ବଢ଼ିବ

କେବେ ପ୍ରେମ, ସ୍ନେହ, ଶ୍ରଦ୍ଧା, ଉଦାରତାର

କେଉଁ ଫର୍ଦ୍ଦ ତ ଏମିତି ଥିବେ

ଆରମ୍ଭ ପୁର୍ବରୁ ଶେଷ ହେବେ

ଆଉ କେଉଁ ଫର୍ଦ୍ଦ ଆରମ୍ଭ ତ ହେବେ

କିନ୍ତୁ ଆଧାର ରହି ଯିବେ

କିଛି ଫର୍ଦ୍ଦ ମଳିନ ପଡିବ ତ

ଆଉ କିଛି ଚିରି ଯିବେ ସମୟ ସାଥିରେ

କେବେ ସୁନ୍ଦର ସ୍ପଷ୍ଟ ଶବ୍ଦ ହସୁଥିବେ

ଆଉ କେବେ ଅସଜଡ଼ା ଶବ୍ଦ ଗୁଡ଼ାକ

ଲୁଚି ଲୁଚି କାନ୍ଦୁଥିବେ

ଏମିତି ତ ଲେଖାହବ ନୂତନ ଅଧ୍ୟାୟର ଆରମ୍ଭ

ହଁ ଅଧ୍ୟାୟ ଶେଷରେ ତଉଲା ହେବେ

ଏ ସମୟର ନିକିତିରେ ସବୁ

ଏ କଥା ତ ଏ ନୂତନ ଅଧ୍ୟାୟ ଜାଣିଛି ।।


Rate this content
Log in

Similar oriya poem from Inspirational