STORYMIRROR

jagamohan pradhan

Others

3  

jagamohan pradhan

Others

ପ୍ରେମ ସହରରେ ପ୍ରତାରଣା

ପ୍ରେମ ସହରରେ ପ୍ରତାରଣା

1 min
174

ପ୍ରେମର ସହର ଧାଇଁ ଯାଇଥିଲି

ପ୍ରେମକୁ ପାଇବା ପାଇଁ

ପ୍ରେମର ଖୋଳପା ପ୍ରତାରଣା ପିନ୍ଧି

ମୁରୁକି ହସିଲା ଚାହିଁ।


ବୁଝି ପାରିଲିନି ସେ ହସକୁ ତା'ର

ସାଥିରେ ଆସିଲି ନେଇ

ପ୍ରେମ ପ୍ରେମ କହି ହୃଦୟେ ବସିଲା

ଅନେକ ସ୍ୱାର୍ଥ ସେ ନେଇ।


ସ୍ୱାର୍ଥ ଯେତେ ସବୁ ପୁରଣ କରିଲା

ପ୍ରେମର ଭରସା ଦେଇ

ସରିଗଲା ପରେ ସବୁ ତକ ସ୍ୱାର୍ଥ

ମୁରୁକି ହସିଲା ଚାହିଁ।


ସେ ହସରେ ନଥିଲା ପ୍ରେମ ତାହାର

ପ୍ରତାରଣା ଭରି ଥିଲା

ପ୍ରେମର ଖୋଳପା ଖୋଳିଲା ସେ ଦିନ

ନିଜ ପରିଚୟ ଦେଲା।


ପ୍ରତାରଣାର ସେ ନିଆଁ ଲଗାଇଲା

ହୃଦୟକୁ ଜାଳି ଦେଲା

ଜଳି ଜଳି ଆଜି ଏ ହୃଦୟ ମୋର

ଅଙ୍ଗାର ପାଲଟି ଗଲା।


ହସୁନି କାନ୍ଦୁନି ଆଉ ମୋ ହୃଦୟ

ଏମିତି ସେ ଧୋକା ଦେଲା

ପ୍ରେମ ସହରକୁ ସବୁ ଦିନ ପାଇଁ

ହୃଦୟଟା ଭୁଲି ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍