STORYMIRROR

jagamohan pradhan

Comedy Romance

4  

jagamohan pradhan

Comedy Romance

ପ୍ରେମ ଦିବସକୁ ପ୍ରତୀକ୍ଷା

ପ୍ରେମ ଦିବସକୁ ପ୍ରତୀକ୍ଷା

1 min
256


ପ୍ରେମିକ ବନାଏ ପ୍ରେମର ଦିବସ

ପ୍ରେମିକାକୁ ସାଥେ ଧରି,

ଚକଲେଟ୍ ସାଥେ ଗୋଲାପ କଣ୍ଢେଇ

ଉପହାର ଦିଏ ଭରି।


ଏ ବର୍ଷ ଯାଉ ଆଗ ବର୍ଷକୁ କାହା

ହୃଦୟ କରିବି ଚୋରି,

ପ୍ରେମ ସପ୍ତାହ ମୁଁ ତା ସାଥେ ପାଳିବି

ଉପହାର ଦେବି ଭରି।


ପ୍ରେମି ମାନଙ୍କୁ ଦେଖି ହୃଦୟ ମୋର

ଧିରେ ଯାଉଥାଏ ଚିରି,

ଏ ବର୍ଷ ହୃଦୟକୁ ସିଲାଇ ମାରିବି

ଆଗ ବର୍ଷ ଦେବି ଖୋଲି।


ଏବେ ମୁଁ ଯାଉଛି ପ୍ରିୟାକୁ ଖୋଜିବି 

ଗାଁ ସହର ବୁଲି ବୁଲି,

ପ୍ରେମର ରଙ୍ଗରେ ପ୍ରେମିକା ସାଥିରେ 

ଖେଳିବି ମୁଁ ଯେ ହୋଲି।


ଏମିତି ହୃଦୟ ଖୋଜି ମୁଁ ଆଣିବି

ବନେଇବି ଘରବାଲି,

ପ୍ରେମ ସପ୍ତାହର ପ୍ରେମ ଦିବସକୁ

ଏବେ ଠୁ ପ୍ରତୀକ୍ଷା କଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy