STORYMIRROR

jagamohan pradhan

Others

3  

jagamohan pradhan

Others

ଝାଉଁଳା ମନ

ଝାଉଁଳା ମନ

1 min
213

ଫୁଲ ପରି ଆଜି ଝାଉଁଳି ପଡ଼ିଛି

ଚେହେରା ସାଥିରେ ମନ 

ତୁମେ କାହିଁ ଆଉ କଥା ହେଉ ନାହିଁ 

କରିଛ କି ଅଭିମାନ।


ସବୁ କିଛି ଆଜି ପାଖ ଥାଇ ମୋର 

ତଥାପି ଲାଗୁଛି ଶୂନ୍ୟ 

ତମ ହାତ ଲେଖା ଶବ୍ଦ ପଢ଼ିବାକୁ 

ଅପେକ୍ଷାରେ ଅଛି ମନ।


ଥରୁଟିଏ ତୁମେ କଥା ହୋଇଯାଅ 

ଭାଙ୍ଗି ଦିଅ ଅଭିମାନ 

ବାନ୍ଧବୀ ନହେଲେ ବନ୍ଧୁଟିଏ ହୋଇ 

କଥା ହୁଅ ସବୁ ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍