STORYMIRROR

jagamohan pradhan

Romance

3  

jagamohan pradhan

Romance

ମୋ ପ୍ରେମ ଦିବସ

ମୋ ପ୍ରେମ ଦିବସ

1 min
179


ପ୍ରେମ ଦିବସ ଟା    ପାଖେଇ ଆସୁଛି

    ପ୍ରେମିକା ଯେ ମୋର ନାହିଁ,

ବର୍ଷ ବର୍ଷ ଧରି    କେତେ ମୁଁ ଖୋଜୁଛି

    କେହି ତ ମିଳନ୍ତି ନାହିଁ।

ସଞ୍ଚୟ କରି ମୁଁ    ଧନ ରଖେ ପାଖେ

    ଚକ୍ଲେଟ୍ କଣ୍ଢେଇ ପାଇଁ,

ଗୋଲାପ ବଗିଚା   ଗଢ଼ି ମୁଁ ଦେଇଛି

     ଗୋଲାପ ଦିବସ ପାଇଁ।

କବିତା ଲେଖିଛି    ପ୍ରସ୍ତାବ ପାଇଁ ମୁଁ

    କେତେ ଶବ୍ଦ ଯୋଡ଼ି ଯାଡ଼ି,

ପ୍ରତିଶ୍ରୁତି ପାଇଁ    ହୃଦୟରେ ମୋର

      ମନ୍ଦିର ଦେଇଛି ଗଢ଼ି।

ଆଲିଙ୍ଗନ ପାଇଁ     ଅତର  ଆଣିଛି

      ଲଣ୍ଡନ ଦେଶରୁ କିଣି,

ଚୁମ୍ବନ ପାଇଁ ମୁଁ     ସପନ  ଦେଖୁଛି

     କେତେ ଦିନରୁ କେଜାଣି?   

ପ୍ରେମ ଦିବସ ମୁଁ    ପାଳନ କରିବି

     ପ୍ରମିକାକୁ ସାଥେ ଧରି,

ମନ ଜାଣି ତାର    ପ୍ରେମ ଦିବସରେ 

     ଉପହାର ଦେବି ଭରି।     

ଭାବନାରେ ମୋର   ରହି ଯାଏ ସବୁ

      ବାସ୍ତବରେ କିଛି ନାହିଁ 

ପ୍ରେମ ନା ପ୍ରେମିକା   ହୃଦୟରେ ମୋର 

     କେହି ତ ରୁହନ୍ତି ନାହିଁ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance