Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagamohan pradhan

Others

4  

jagamohan pradhan

Others

ଅଧୁରା ସାକ୍ଷାତ

ଅଧୁରା ସାକ୍ଷାତ

1 min
354



ସେଇ ଶୀତ ସକାଳେ

ଦୁଇ କପ୍ କଫି୍ ସାଥିରେ

ତୁମର ସେ ଅଧୁରା ସାକ୍ଷାତ

କାହିଁକି କେଜାଣି ଆଜି

ହୃଦୟକୁ କରୁଛି ଆଘାତ ?


ସେ ଆଘାତକୁ ମୁଁ ସହିଯାଏ

ଆଖିରେ ଲୁହ ଆସିଲେ ବି 

ଟିକିଏ ହସି ଦିଏ।

କାରଣ ସେ ଅନେକ ଲୁହ ଭିତରେ

ଟିକିଏ ହସ ଆଜି ବି ସାଇତି ରଖିଛି

ହୃଦୟର ନିବୃତ କୋଣରେ

ସେ ଅଧୁରା ସାକ୍ଷାତ ଭିତରେ ।


ଖୁସି ତ ଆସେ କିଛି ସମୟ ପାଇଁ

ଆଉ ଲୁହ ! 

ଲୁହ ତ ସବୁଦିନ 

ଆଉ ସେ ଯନ୍ତ୍ରଣା !

ସେ ଯନ୍ତ୍ରଣା କଥା କୁହନା 

ସେ ତ ଶୁଣାଏ ସେ ସାକ୍ଷାତର ବେଦନା।


ତୁମର ସେ ସତ ମିଛ କଥା ଭିତରେ

ଆଉ ସେ ହସ ହସ ଚେହେରା ଭିତରେ

କେତେ ଯେ ଥିଲା ବାହାନା।

କିଏ ବା ବୁଝିପାରିବ

ଆଉ କେମିତି ଯେ ବୁଝିବ 

ତୁମର ତ ସେ ଛଳନାକୁ

ସେ ଅଧୁରା ସାକ୍ଷାତ ଭିତରେ।


ହଁ ଆଉ ଏକ ଅଧୁରା ସାକ୍ଷାତ ପାଇଁ,

ଆଜି ବି ଅପେକ୍ଷା କାହିଁକି କେଜାଣି ?

ସତରେ କ'ଣ ଲୁହ ପିଇବାର 

ଅଭ୍ୟାସ ହେଇ ଗଲାଣି ?

ଆଉ ଯନ୍ତ୍ରଣା ସହିବାର ଅଭ୍ୟାସ ବି,

ସେଥିପାଇଁ ବୋଧେ ଆଉ ଏକ

ସାକ୍ଷାତ ପାଇଁ ଅପେକ୍ଷା।



Rate this content
Log in