Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Comedy Drama Inspirational

4.5  

Prabhas Kumar mohapatra

Comedy Drama Inspirational

ମାସ ଶେଷ ଖୋଲା

ମାସ ଶେଷ ଖୋଲା

1 min
338



ପରିବା ଗ୍ରସରି ଡାଲି ଯେ ମସୁରି

ପାଉଡର ନାହିଁ ଭଲା ।

ମାସ ଶେଷ ଦେଖ ସବୁଠି ତ ବନ୍ଦ

କାଉଣ୍ଟର କିନ୍ତୁ ଖୋଲା ।।


କୁନି ଝିଅ ମୋର ମାଗୁଛି ଯେ ଚଚ

ଦୋକାନ ହୋଇନି ମେଲା ।

ବିଦେଶୀ ଦୋକାନ ସହର ରେ ମଦ

କାଉଣ୍ଟର କିନ୍ତୁ ଖୋଲା ।।


ବୁଢ଼ୀ ମାଆ କହେ ରିଚାର୍ଜ୍ କରିଦେ

ଦେଖିବି ମୁଁ ବାଦି ପାଲା ।

ରିଚାର୍ଜ୍ ଦୋକାନ ସବୁଠିରେ ବନ୍ଦ

କାଉଣ୍ଟର କିନ୍ତୁ ଖୋଲା ।।


ରବିବାର ବୋଲି ଭଉଣୀ ଗୁହାରି

ଗୁପଚୁପ ଖିଆ ପିଲା ।

ବଜାରରେ ଦେଖେ ନାହିଁ ଠେଲା ଗାଡ଼ି

କାଉଣ୍ଟର କିନ୍ତୁ ଖୋଲା ।।


ମାଉସୀ ମୋ କହେ ଆଣିବୁ ଯାଆମୋ

କ୍ଷୀର ଟେ ମୋ ପାଇଁ ଭୋଲା ।

ସହର ଯାକ ଟା କେଉଁଠି ପାଉନି

କାଉଣ୍ଟର କିନ୍ତୁ ଖୋଲା ।।


ରବିବାର ବୋଲି ସାହିରୁ ଯେ ଗୋଳି

ହୋଇନାହିଁ କିଛି ଖୋଲା ।

ବୁଝା ପଡୁନାହିଁ କାହିଁକି କେଜାଣି

କାଉଣ୍ଟର କିନ୍ତୁ ଖୋଲା ।।




Rate this content
Log in