STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ଜୀବନ..

ଜୀବନ..

1 min
11

ପ୍ରେମ ଶ୍ରେଷ୍ଠ ବୋଲି ଯଦି ଶିଖି ଅଛି
 ଦୁନିଆ କାହାଠୁ କିଛି..
ସମର୍ପଣ, ତ୍ୟାଗ, ସତ୍ୟ ପ୍ରେମ ଭାବ
 ରାଧା ନାମ ଆଗେ ଅଛି...
 ମିଳନ, ବିଚ୍ଛେତ, ସ୍ୱାର୍ଥ ନାହିଁ ଯାର
 ପ୍ରକୃତ ପ୍ରେମୀତ ସିଏ..
ପ୍ରେମର ଆରମ୍ଭ ସମର୍ପଣ ଭାବ
 ରାଧା କୃଷ୍ଣ ପ୍ରେମ ଇଏ...
 ନିଜ ନାମ ପୂର୍ବେ ଯିଏ ଲେଖିଦିଏ
 ପୁରା ନାମ ପ୍ରେମର..
ପାଶେ ନଥାଇବି ଯିଏ କହି ପାରେ
 ଶ୍ରୀ ରାଧା ହିଁ ମୋ ଶରୀର...
 ମାନବ ପାଇଁତ ସେ ମାର୍ଗ ଦର୍ଶକ
 ସଫଳ ପ୍ରେମ କାହାଣୀ..
ରାଧା ପାଇଁ କୃଷ୍ଣ କୃଷ୍ଣ ପାଇଁ ରାଧା
 କୃଷ୍ଣ ମଧ୍ୟେ ରାଧାରାଣୀ...

✍️
ପ୍ରଭାସ କୁମାର ମହାପାତ୍ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational