STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

*ମଲେ ନାହିଁ ଆଉ କିଛି...*

*ମଲେ ନାହିଁ ଆଉ କିଛି...*

1 min
7


ମୃତ୍ୟୁ ପରେ ମୋର ହେବ ନାହିଁ ମୋର 
କିଛି କ୍ରିୟା ଶୁଦ୍ଧି କାର୍ଯ୍ୟ..
ପୋଡା ହେବ ନାହିଁ ଶରୀର ମୋହର 
ପଢିବାଟା ପିଲା ଧାର୍ଯ୍ୟ...

ହେବନି ପୁଷ୍କରା ଯେଉଁ ବାରେ ମଲେ
ପଡ଼ିବନି ମାଛ ବଳି..
ନଣ୍ଡା ହେବେ ନାହିଁ କେହିତ ମୋହର 
ଦେବ ନାହିଁ କଂସା ଥାଳି...

ପିଣ୍ଡ ପଡ଼ିବନି ଶ୍ରାଦ୍ଧରେ ମୋହର 
ହେବିନିତ ମୁଁ ଅତୃପ୍ତ..
ଆତ୍ମା,ପରଜନ୍ମ ନାହିଁ ମୋ ବିଶ୍ୱାସ 
ମୁଁ ଥିବି ସର୍ବଦା ତୃପ୍ତ...

ଲୋଡ଼ା ନାହିଁ ମୋତେ ବାର ମାସ ପିଣ୍ଡ 
ଲୋଡ଼ା ନାହିଁ ଆଉକିଛି...
ଅନ୍ଧ ବିଶ୍ୱାସରେ ବିଶ୍ୱାସ ନାହିଁ ମୋ 
ମଲେ ନାହିଁ ଆଉ କିଛି...

✍️
ପ୍ରଭାସ କୁମାର ମହାପାତ୍ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational