STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ନୂଆ ବରଷ ନୂଆ ଉଲ୍ଲାସ

ନୂଆ ବରଷ ନୂଆ ଉଲ୍ଲାସ

1 min
291

ମୋ ଅଗଣାରେ ନୂଆ ବରଷରେ

     ପ୍ରସ୍ଫୁଟିତ ସଜଫୁଲେ,

ନବ ରବି ନବ ସୁନେଲି କିରଣେ

     ସାତ ରଙ୍ଗ ଆଣି ଢାଳେ |


ନୂଆ ଉଲ୍ଲାସରେ ସଜ ଫୁଲେ ଫୁଲେ

      ଭରେ ନୂଆ ଉନ୍ମାଦନା,

ଶୀତୁଆ ପବନ ପ୍ରୀତିର ପରଶେ

      ମନ ହୁଏ ଆନମନା |


ପତ୍ରରେ ପତ୍ରରେ ଘାସ ଗାଲିଚାରେ

      ଶିଶିରର ରେଣୁ ଢ଼ଳେ,

ସ୍ୱପ୍ନ ବିମୋହିତ ପ୍ରେମ ସମ୍ମୋହିତେ

      ହସ ଖେଳେ ସଜ ଫୁଲେ |


ପୁରୁଣା ବରଷ ହେଲା ଯେ ଅତୀତ

      ରଖିଗଲା କିଛି ସ୍ମୃତି,

କିଛି ରୋମାଞ୍ଚିତ ହୋଇ ପୁଲକିତ

      ଅଗଣାରେ ଥିଲେ ଫୁଟି |


ନୂତନ ବର୍ଷର ଆଶା ଅସୁମାରୀ

      ଖେଳେ କଳପନା କୁଞ୍ଜେ,

ଉଲ୍ଲସିତ ମନ ମେଘୁଆ ଆକାଶେ 

      ଇନ୍ଦ୍ରଧନୁ ଛବି ରଞ୍ଜେ |


ସାରା ସଂସାରରେ ନୂତନ ଉଲ୍ଲାସ

      ନୂଆ ବର୍ଷ ଆଗମନେ,

ନୂଆ ସମ୍ଭାବନା ଭରିଛି ଅନ୍ତରେ

      ସମୟର ସନ୍ଧିକ୍ଷଣେ |


ନୂତନ ଅlସ୍ୱାଦେ ହେଉ ଶୁଭଙ୍କର 

      ସlମ୍ୟଭାବ ଦେଶେ ଦେଶେ,

ଦୂର ହେଉ ଇର୍ଷା ଅସୂୟା ଭାବନା

      ପ୍ରୀତି ଖେଳୁ ସାରା ବିଶ୍ୱେ |


ନୂଆବର୍ଷ ଦିଏ ନୂତନ ସନ୍ଦେଶ

      ନୂଆ ଗଢିବାର ଦିଶା,

ଇନ୍ଦ୍ରଧନୁଠାରୁ ସାତ ରଙ୍ଗ ଆଣି

       ଭରି ଦେଇଛି ସେ ଆଶା |


ଜଗତର ନାଥ ପ୍ରଭୁ ଜଗନ୍ନାଥ

       କୃପାମୟ ମହାସିନ୍ଧୁ,

କୃପା ଢାଳି ଦେବେ ତାଙ୍କ ଜୋଛନାରେ

      ହୋଇ ବିଶ୍ଵାକାସେ ଇନ୍ଦୁ |


Rate this content
Log in

Similar oriya poem from Inspirational